ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଗବେଷଣା ସଂସ୍ଥା ସହିତ ବୁଝାମଣା

Vedanta

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )  ଭୁବନେଶ୍ୱର :-  ଭାରତର ବୃହତମ ଆଲମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ପକ୍ଷରୁ ବକ୍ସାଇଟ୍ ଅବଶିଷ୍ଟାଂଶ( ଲାଲ କାଦୁଅ)ରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏସବୁ ଅବଶିଷ୍ଟାଂଶ ବାୟର ପ୍ରୋସେସ୍‌ରେ ବକ୍ସାଇଟ୍‌ରୁ ଆଲୁମିନା ପ୍ରସ୍ତୁତି ସମୟରେ ଉତ୍ପନ ହୋଇଥାଏ । ଆଲୁମିନିୟମ୍ ଉତ୍ପାଦନ ଲାଗି ବକ୍ସାଇଟ୍ ପ୍ରାଥମିକ ଖଣିଜ ପଥର(ଓର୍‌) । ଏହାର ଇଂଟରମେଡ଼ିଏଟ୍ ବିଶୁଦ୍ଧି କରଣ ପ୍ରକ୍ରିୟାକରଣ ଦ୍ୱାରାର ଆଲୁମିନା ସୃଷ୍ଟି ହୋଇଥାଏ । ପରେ ଏହାର ଇଲୋକ୍ଟ୍ରୋଲିସିସ୍ କରାଯାଇ ଆଲୁମିନିୟମ୍ ଉତ୍ପାଦନ କରାଯାଇଥାଏ । ଭୂପୃଷ୍ଠରେ ପ୍ରର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବକ୍ସାଇଟ୍‌ ପାଇଁ ଦୀଘୟକାଳୀନ ଖଣିଖନନ କରାଯାଇଥାଏ । ପ୍ରାୟ ୩ ଟନ୍ ବକ୍ସାଇଟ୍‌ରୁ ୧ ଟନ ଆଲୁମିନା ଉତ୍ପାଦିତ ହୋଇଥାଏ । ସେହିପରି ୧ ଟନ୍ ଆଲୁମିନିୟମ୍ ପାଇଁ ୨ ଟନ୍ ଆଲୁମିନା ଆବଶ୍ୟକ ହୋଇଥାଏ । ବକ୍ସାଇଟ୍ ଅବଶିଷ୍ଟାଂଶରେ ଲୁହା, ଆଲୁମିନା, ରେୟାର ଆର୍ଥ ଏଲିମେଂଟ୍‌(ଆର୍‌ଇଇ) ଏବଂ ଟିଟାନିୟମ୍ ଡାଇଅକ୍ସାଇଡ୍ ଆଦି ରହିଥାଏ ।

ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ବକ୍ସାଇଟ୍ ଅବଶିଷ୍ଟାଂଶରୁ ଆର୍‌ଇଇ ପ୍ରସ୍ତୁତ କରିବା ଲାଗି ନୀତି ଅୟୋଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏଥିରୁ ଉପଲବ୍ଧ ସ୍କାଣ୍ଡିୟମ୍ ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏହା ଭାରତରେ କମ୍ ମିଳୁଥିବାବେଳେ ଏହାକୁ ବାହାରୁ ଆମଦାନୀ କରାଯାଇଥାଏ । ତେଣୁ ବିକଶିତ ପ୍ରଣାଳୀରେ ବକ୍ସାଇଟ୍ ଅବଶିଷ୍ଟାଂଶରୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାକୁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି ।  ଏଥିପାଇଁ ଆଲୁମିନିୟମ୍ ଉତ୍ପାଦନକାରୀ ଭାବେ ବେଦାନ୍ତ ପକ୍ଷରୁ ୩ଟି ଗବେଷଣା ସଂସ୍ଥା ସହିତ ବୁଝାମଣା ହୋଇଛି । ସେମାନଙ୍କ ମଧ୍ୟରେ ଜାମସେଦ୍‌ପୁରସ୍ଥିତ ସିଏସ୍‌ଆଇଆର୍‌- ନ୍ୟାଶନାଲ୍ ମେଟାଲୋର୍ଜିକାଲ ଲାବୋରେଟୋରୀ(ଏନ୍‌ଏମ୍‌ଏଲ୍‌), ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍‌ ମିନେରାଲ୍ସ୍ ଆଣ୍ଡ୍ ମ୍ୟାଟେରିଆଲ୍ ଟୋକ୍ନୋଲୋଜି(ଆଇଏମ୍‌ଏମ୍‌ଟି) ଏବଂ ନାଗପୁରସ୍ଥିତ ଜବାହରଲାଲ ନେହେରୁ ଆଲୁମିନିୟମ୍ ରିସର୍ଚ୍ଚ ଡେଭଲପ୍‌ମେଂଟ୍‌ ଆଣ୍ଡ୍ ଡିଜାଇନ୍ ସେଂଟର (ଜେଏନ୍‌ଏଆର୍‌ଡିଡିସି) ରହିଛି । ଏହି ସମସ୍ତ ସଂସ୍ଥା ମିଳିତ ଭାବେ ବକ୍ସାଇଟ୍ ଅବଶିଷ୍ଟାଂଶର ଉପଯୋଗୀତା ଉପରେ କାର୍ଯ୍ୟ କରିବେ । ଲାଲ୍ କାଦୁଅରୁ ଆର୍‌ଇଇ(ଲାନ୍ଥାନିୟମ୍‌, ସେରିୟମ୍‌,ୟେଲଟ୍ରିୟମ୍‌, ସ୍କାଣ୍ଡିୟମ୍‌) ଆଲୁମିନା, ଲୁହା ଏବଂ ଟିଟାନିୟମ୍ ଆଦି ବାହାର କରାଯିବ ।

ପରବର୍ତୀ ସମୟରେ ଯୋଜନାବଦ୍ଧ ଭାବେ ଏହା ସମ୍ପନ୍ନ ହେବ । ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ ଲିଃ.ର ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, ଆମର ବିଶ୍ୱସ୍ତରୀୟ ଅପରେଶନ୍ ଜିରୋ ହାର୍ମ, ଜିରୋ ୱେଷ୍ଟ୍ ଏବଂ ଜିରୋ ଡିସ୍ ଚାର୍ଜ ପ୍ରଣାଳୀ ନୂତନ ଜ୍ଞାନକୌଶଳ ଉପରେ ପର୍ଯ୍ୟବେସିତ । ପ୍ରଭାବଶାଳୀ ୱେଷ୍ଟ୍ ମ୍ୟାନେଜ୍‌ମେଂଟ୍ ପ୍ରଣାଳୀକୁ ଆମେ ଆମର ସର୍କୁଲାର ଇକୋନୋମି ମଧ୍ୟରେ ଗ୍ରହଣ କରିଛୁ । ଏହାଦ୍ୱାରା ସୁସ୍ଥ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ଷେତ୍ର ପ୍ରସ୍ତୁତ ହୋଇପାରିଛି । ବେଦାନ୍ତର ୱେଷ୍ଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍‌ ଏବଂ ଜିରୋ ଡିସଚାର୍ଜ ମେକାନିଜିମ୍ ଆଲୁମିନା ରିଫାଇନିଂ ସେକ୍ଟରରେ ବିଶ୍ୱସ୍ତରୀୟ ବେଂଚମାର୍କ ପ୍ରସ୍ତୁତ କରିପାରିଛି । ଏହି ବୁଝାମଣା ମାଧ୍ୟମରେ ଆମେ ବକ୍ସାଇଟ୍ ଅବଶିଷ୍ଟାଂଶରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିକୁ ସର୍ବାଧିକ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବୁ । ଯାହାଦ୍ୱାରା ସହଯୋଗୀ ଶିଳ୍ପ ସଂସ୍ଥା ସୃଷ୍ଟି ହୋଇପାରିବ । ବିଶ୍ୱସ୍ତରରେ ସର୍କୁଲାର ଇକୋନୋମିକୁ ଗୁରୁତ୍ୱାରୋପ କରାଯାଉଛି । ଏପରିସ୍ଥଳେ ବେଦାନ୍ତ ଆଲୁମିନା ରିଫାଇନିଂରେ ବାଇ-ପ୍ରଡକ୍ଟ ରିଡକଶନ୍ ଏବଂ ବ୍ୟବହାର ପାଇଁ ଲକ୍ଷ୍ୟ ରଖିଛି । ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ୍ ବିକାଶ ଯାତ୍ରା ଇନୋଭେଶନ ଦ୍ୱାରା ଜାରି ରହିଛି । ଏହାର କାର୍ଯ୍ୟ ଆରମ୍ଭଠାରୁ ବେଦାନ୍ତ ଲାଞ୍ଜିଗଡ଼ ରିଫାଇନାରୀ ଏହାର ଜ୍ଞାନକୌଶଳରେ ଦ୍ରୁତ ବିକାଶ ଧାରା ଜାରି ରଖିବା ସହିତ ବିଶ୍ୱର ଶ୍ରେଷ୍ଠ ବିକଶିତ ଆଲୁମିନା ରିଫାଇନାରୀର ମାନ୍ୟତା ହାସଲ କରିପାରିଛି । ୨୦୧୩ରେ ବେଦାନ୍ତ ପ୍ରଥମ କରି ରେଡ୍ ମଡ୍ ଫିଲଟ୍ରେଶନ ପ୍ରଣାଳୀର ବ୍ୟବହାର କରିଥିଲା ।

ଏହାଦ୍ୱାରା ଶୁଖିଲା ବକ୍ସାଇଟ୍ ଅବଶିଷ୍ଟାଂଶକୁ ଆଲୁମିନା ରିଫାଇନିଂ ଶିଳ୍ପରେ ବ୍ୟବହାର କରାଯାଇଥିଲା । ୨୦୨୦ରେ କମ୍ପାନୀ ପକ୍ଷରୁ ୱିକ୍‌ ଡ୍ରେନ୍ ପ୍ରୋଜେକ୍ଟ ନାମକ ନୂଆ ୱେଷ୍ଟ ମ୍ୟାନେଜମେଂଟ୍ ସିଷ୍ଟମର ଉପଯୋଗ କରାଯାଇଥିଲା । ଏହା ସହିତ ବକ୍ସାଇଟ୍ ଅବଶିଷ୍ଟାଂଶର ବ୍ୟବହାର ସିମେଂଟ ଏବଂ ଇଟା ପ୍ରସ୍ତୁତିରେ କରାଯାଉଛି । ସେହିପରି ରାସ୍ତା ନିର୍ମାଣ, ଡିପ୍ଲେଟେଡ୍ ମାଇନ ଭୋଏଡସ୍‌ର ବ୍ୟାକ୍‌ଫିଲିଂରେ ମଧ୍ୟ ଏହାର ଉପଯୋଗ ହେଉଛି । ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍ ଯାହାକି ବେଦାନ୍ତ ଲିମିଟେଡ୍‌ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୦ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍‌ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍‌କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ଗ୍ରୀନର ଟୁମୋରୋ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି ।

Exit mobile version