ଡିଜିଟାଲ୍ ଫ୍ୟୁଚରିଷ୍ଟ୍‌ସ୍ ଆଞ୍ଜେଲ୍‌ ନେଟ୍‌ୱର୍କ (ଡିଏଫ୍‌ଏଏନ୍‌) ପକ୍ଷରୁ ଏଡ୍‌ଟେକ୍ ଷ୍ଟାର୍ଟଅପ୍ ଗୋସିକୋରେ ନିବେଶ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )  ଭୁବନେଶ୍ୱର :- ବିଶ୍ୱ ସ୍ତରୀୟ ଏଞ୍ଜେଲ୍ ନେଟ୍‌ୱର୍କ ଡିଜିଟାଲ୍‌ ଫ୍ୟୁଚରିଷ୍ଟ୍‌ସ୍ ଏଞ୍ଜେଲସ୍ ନେଟ୍‌ୱର୍କ (ଡିଏଫ୍‌ଏଏନ୍‌) ପକ୍ଷରୁ ଏଡ୍‌ଟେକ୍‌ ଷ୍ଟାର୍ଟଅପ୍ ଗୋସିକୋରେ ନିବେଶ କରାଯାଇଛି । ଗୋସିକୋ ସୁଲଭ ମୂଲ୍ୟର ଶ୍ରେଷ୍ଠ ମାନର ଉଚ୍ଚ ଶିକ୍ଷା ପାଠ୍ୟ ଉପକରଣ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି । ଗୋସିକୋ ଛାତ୍ରଛାତ୍ରୀମାନଙ୍କ ନିକଟରେ ଉଚ୍ଚ ଶିକ୍ଷାକୁ ପହଂଚାଇବା ଦିଗରେ କାର୍ଯ୍ୟ କରୁଛି ଯଦ୍ୱାରା କ୍ଷୁଦ୍ର ସହରର ଛାତ୍ରଛାତ୍ରୀମାନେ ପାଠକୁ ପେସାରେ ପରିଣତ କରିପାରିବେ । ଏହି ସହଯୋଗିତା ସମ୍ପର୍କରେ ଡିଏଫ୍‌ଏଏନ୍‌ର ନିର୍ଦ୍ଦେଶକ ଓ ସହ ପ୍ରତିଷ୍ଠାତା ବିବେକ ଗୁପ୍ତା କହିଛନ୍ତି ଯେ, “ବିଗତ ବର୍ଷଗୁଡ଼ିକରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଅନେକ ସଂଖ୍ୟକ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିଥିବା ବେଳେ ଏବେବି ଗୁଣାତ୍ମକ ଶିକ୍ଷା ପାଇବାରେ ସମସ୍ୟା ରହିଛି ।

ଜ୍ଞାନ ଓ କୌଶଳ ମଧ୍ୟରେ ରହିଥିବା ଅନ୍ତରକୁ କଂପାନିଗୁଡ଼ିକ ନୂତନତ୍ୱ ଜରିଆରେ ପୂରଣ କରିପାରିବେ ବୋଲି ଆମର ବିଶ୍ୱାସ ରହିଛି ଏବଂ ଏହାଦ୍ୱାରା ନିଯୁକ୍ତି କ୍ଷେତ୍ରରେ ଉନ୍ନତି ହୋଇପାରିବ । ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ପାଠ୍ୟ ଉପକରଣ ପ୍ରଦାନ କରିବାରେ ରହିଥିବା ସମାଧାନକୁ ଗୋସିକୋ ପୂରଣ କରିବ ଏବଂ ସୁଲଭ ମୂଲ୍ୟରେ ସହଜରେ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ନିକଟତର କରିବ । ଏକ ନୂତନ ପିଢ଼ିର ଏଞ୍ଜେଲ୍‌ ପ୍ଲାଟ୍‌ଫର୍ମ ଭାବେ ପ୍ରଯୁକ୍ତି ଭିତ୍ତିକ ବ୍ୟବସାୟରେ ନିବେଶ କରିବା ଉପରେ ଆମେ ବିଶ୍ୱାସ କରୁଛୁ । ଆମର ବିଶ୍ୱାସ ରହିଛି ଯେ ଗୋସିକୋ ନିୟୁତାଧିକ ଯୁବପିଢ଼ିଙ୍କ ପେସାରେ ସକାରାତ୍ମକ ପ୍ରଭାବ ପକାଇପାରିବ ।’’ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପାଟ୍ଟଯୋଶୀ, ପ୍ରତିଷ୍ଠାତା, ଗୋସିକୋ କହିଛନ୍ତି ଯେ, “ଭାରତର କ୍ଷୁଦ୍ର ସହର ଓ ନଗରଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଭତ୍ତିଭୂମି ଏକ ସମସ୍ୟା ହୋଇରହିଛି ।

ପ୍ରତିଭାବାନ୍ ଗରିବ ଛାତ୍ରଛାତ୍ରୀମାନେ ଦାମୀ ପୁସ୍ତକ, ଉନ୍ନତ ପାଠାଗାର, ବିଭିନ୍ନ ପ୍ରକାରର ପାଠ୍ୟ ଉପକରଣ ପାଇବାରେ ଅସୁବିଧା ସାମ୍ନା କରୁଛନ୍ତି । ଗୋସିକୋରେ ଆମର ଲକ୍ଷ୍ୟ ହେଉଛି ସେଭଳି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଗୋଟିଏ ସ୍ଥାନରେ ପୂରଣ କରିବା । କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅଫ୍‌ଲାଇନ୍‌ରୁ ଅନ୍‌ଲାଇନ୍‌ ପାଠପଢ଼ା ଦ୍ରୁତ ଗତିରେ ରୂପାନ୍ତରିତ ହୋଇଛି । ରିିପିଟ୍ ଭିଜିଟ୍‌ରେ ୧୦-୧୫ ଗୁଣା ବୃଦ୍ଧି ହୋଇଥିବା ବେଳେ ନୂଆ ପରିଦର୍ଶନକାରୀଙ୍କ ସଂଖ୍ୟା ପ୍ରତି ସପ୍ତାହରେ ୧୦୦% ବୃଦ୍ଧି ହେଉଛି । ଆମ ପାଖରେ ଏବେ ୧୯ଟି ରାଜ୍ୟର ୬୮ଟି ବିଶ୍ୱବିଦ୍ୟାଳୟ ରହିଛି । ଚଳିତ ବର୍ଷ ଆମେ ଦେଶର ୧୫୦ରୁ ଅଧିକ ବିଶ୍ୱବିଦ୍ୟାଳୟର ୨.୫ ନିୟୁତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛୁ ।’’

Exit mobile version