ପିରାମଲ୍ ଫାଉଣ୍ଡେସନ୍ ନେତୃତ୍ୱରେ ଆଦିବାସୀ ସ୍ୱାସ୍ଥ୍ୟ ଓ ପୋଷଣ ପାଇଁ ଅଭିଯାନର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )  ଭୁବନେଶ୍ୱର :- ଆଦିବାସୀ ସ୍ୱାସ୍ଥ୍ୟ ସହଯୋଗିତା ଅନାମାୟାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଉନ୍ମୋଚନ କରିଛନ୍ତି । ଏହା ହେଉଛି ଏକ ବିବିଧ ଅଂଶଧନକାରୀଙ୍କୁ ନେଇ ଗଠନ ହୋଇଥିବା ସହଯୋଗିତା ଯାହାକୁ ପିରାମଲ୍ ଫାଉଣ୍ଡେସନ୍ ଓ ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ୍ ଫାଉଣ୍ଡେସନ୍‌ର ସମର୍ଥନ ରହିଛି । ଏହା ବିଭିନ୍ନ ସରକାରୀ ଏଜେନ୍ସି ଓ ସଂଗଠନଗୁଡ଼ିକର ଉଦ୍ୟମକୁ ସମନ୍ୱିତ କରିବ ଯାହା ଭାରତରେ ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବ । ଏହି ସହଯୋଗିତା ସମ୍ପର୍କରେ ଶ୍ରୀଯୁକ୍ତ ଅଜୟ ପିରାମଲ୍‌, ଅଧ୍ୟକ୍ଷ, ପିରାମଲ୍‌ ଏଌକ୍ଷଗ୍ଧ;ର୍‌ପ୍ରାଇଜେସ୍ କହିଛନ୍ତି ଯେ, “ଆଦିବାସୀ ସ୍ୱାସ୍ଥ୍ୟ ସହଯୋଗିତାର ସହଯୋଗୀମାନଙ୍କ ତରଫରୁ ଭାରତର ଏହି ଅତ୍ୟଧିକ ସମ୍ବେଦନଶୀଳ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିରେ ଉନ୍ନତି ଆଣିବା କ୍ଷେତ୍ରରେ ସହଯୋଗିତା ପ୍ରଦାନ କରୁଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।

ବିବିଧ ଅଭିଜ୍ଞତା ଓ ବିଶେଷତା ଥିବା ସଂଗଠନଗୁଡ଼ିକୁ ଏକତ୍ର ଆଣିବା ଓ ଆଦିବାସୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାର ଗୋଟିଏ ଲକ୍ଷ୍ୟ ପାଇଁ କାମ କରିବା ଲାଗି ଏକତ୍ର କରିବାକୁ ଦୀର୍ଘର୍ ବର୍ଷ ଲାଗିଥାଏ । ଆମେ ଉଭୟ ମନ୍ତ୍ରଣାଳୟର ମାଗଦର୍ଶନରେ ଏକତ୍ର କାର୍ଯ୍ୟ କରିବାକୁ ଚାହିଁ ରହିଛୁ ।’’ ଶ୍ରୀଯୁକ୍ତ ଅଜୟ ମୁଣ୍ଡା, ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, “ରାଜ୍ୟ ସରକାର ଓ ନାଗରିକ ସମାଜଗୁଡ଼ିକ ସହିତ ମିଶି ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା କରିବା ଲାଗି ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ନିରନ୍ତର ଭାବେ କାର୍ଯ୍ୟ କରୁଛି । ଏହି ସମସ୍ୟାର ମୁକାବିଲା ଲାଗି ଆଦିବାସୀ ସ୍ୱାସ୍ଥ୍ୟ ଆକ୍ସନ ପ୍ଲାନ୍ ରୋଡ୍‌ମ୍ୟାପ୍ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ଅଭିଯାନକୁ ସମର୍ଥନ ଜଣାଇବା ଲାଗି ଆଗେଇ ଆସିିଥିବା ସମସ୍ତ ବେସରକାରୀ ସଂସ୍ଥାଗୁଡ଼ିକୁ ମୁଁ ସ୍ୱାଗତ କରୁଛି ।

ଏହି ଅଭିଯାନ ପ୍ରତି ସମର୍ଥନ ଜଣାଇଥିବାରୁ ମୁଁ ଡକ୍ଟର ହର୍ଷ ବର୍ଦ୍ଧନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛି । ମୁଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଚାହିଁରହିଛି ।’’ ଡକ୍ଟର ହର୍ଷ ବର୍ଦ୍ଧନ, ମାନ୍ୟବର ସ୍ୱାସ୍ଥ୍ୟୃ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏହି ଅଭିଯାନକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ, “ଆଦିବାସୀ ସ୍ୱାସ୍ଥ୍ୟ ସହଯୋଗିତାର ଶୁଭାରମ୍ଭ ମୋ ପାଇଁ ଏକ ସ୍ୱପ୍ନ ପୂରଣ ହେବା ଭଳି । ସ୍ୱାସ୍ଥ୍ୟ ଏଭଳି ଏକ କ୍ଷେତ୍ର ଯେଉଁଥି ପ୍ରତି ସବୁ ମନ୍ତ୍ରଣାଳୟ ସହଯୋଗିତା ପ୍ରଦାନ କରିପାରିବେ । କେବଳ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ନୁହେଁ ବରଂ ଆମର ବିଭିନ୍ନ ପ୍ରକାର ସ୍କିମ୍ ଜରିଆରେ ଆମେ ଏହି ସବୁଠୁ ଉପେକ୍ଷୀତ ବର୍ଗଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ବିଭିନ୍ନ ସ୍କିମ୍ ଜରିଆରେ ମାଧ୍ୟମିକ ଓ ତୃତୀୟକ ସେବା ଯୋଗାଇ ଦେଉଛୁ ।’’

Exit mobile version