ରଣପୁର (ଓଡିଶା ତାଜା ନ୍ୟୁଜ୍ ) ରଣପୁର 21.2.2020 :- ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ରଣପୁର ଅଞ୍ଚଳର ବିଭିନ୍ନ ଶୌବ ପିଠ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶିବ ମନ୍ଦିର ରଙ୍ଗିନ ହେବା ସହିତ ସୁସଜ୍ଜିତ ଦୀପ ର ଆଲୋକରେ ଆଲୋକିତ ହୋଇଛି । ଶୌବପୀଠରେ ଅଷ୍ଟପହରୀ ନାମଯଜ୍ଞ ଅହରହ ଚାଲି ରହିଥିଲା । ସଂଧ୍ୟାରେ ଶିବ ମନ୍ଦିର ଗୁଡିକରେ ପ୍ରବଳ ଭକ୍ତଙ୍କ ର ସମାଗମ ହେଉଥିବାର ଦେଖିବାକୁ ମିଳିଛି । ରଣପୁର ଅଚଂଳର ବିଭିନ୍ନ ଶୌବ ପିଠ ଚଳଚଚଂଲ ହୋଇପଡିଛି । ସ୍ୱପ୍ନେଶ୍ୱର ,ଚଣ୍ଡେଶ୍ୱର, ଆଖଣ୍ଡଳମଣି ପୀଠ ,ଗୋପାଳପୁର ନୀଳ କଣ୍ଠେଶ୍ୱର,ମଝିଆଖଣ୍ଡ କମଳେଶ୍ୱର ଓ ନିଘଞ୍ଚ ମାଳରେ ଥିବା ଗଙ୍ଗେଶ୍ୱର ମନ୍ଦିରରେ ଭିଡ ଲାଗି ରହିଛି । ରଣପୁର ସ୍ୱପ୍ନେଶ୍ୱର ମନ୍ଦିରରେ ସଂଧ୍ୟାରେ ପ୍ରବଳ ଭିଡ ଲାଗି ରହିଥିଲା ।ସବୁ ମନ୍ଦିର ତୁଳନାରେ ସ୍ୱପ୍ନେଶ୍ୱର ମନ୍ଦିରର ରିତି ନିତୀରେ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା । ରାତି ୯ ଟା ପରେ ମନ୍ଦିରରେ ବିଭିନ୍ନ ନୀତି କାର୍ଯ୍ୟ ଆରମ୍ବ ହୋଇଥିଲା ପ୍ରଥମ ଧୂପ ଓ ଦ୍ୱିତୀୟ ଧୂପ ପରେ ବିଳମ୍ବିତ ରାତିରେ ନୀତି ସମାପନ ସାରି ମନ୍ଦିରରେ ମହାଧୂପ ଉଠିଥିଲା । ପରେ ଏକ ସୁସଜ୍ଜିତ ବିମାନରେ ସ୍ୱପ୍ନେଶ୍ୱର ଦେବ ଜଗନ୍ନାଥ ଦେବଙ୍କୁ ନିମନ୍ତ୍ରଣ କରିବାପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ପହଚିଂଥିଲେ । ପରେ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବ ଏକ ସୁସଜ୍ଜିତ ବିମାନରେ ସ୍ୱପ୍ନେଶ୍ୱର ମନ୍ଦିରକୁ ଗମନ କରିଥିଲେ । ସ୍ୱପ୍ନେଶ୍ୱର ମନ୍ଦିରରେ ଯଥା ବିଧି ସମ୍ପନ୍ନ ହେବା ପରେ ଉଭୟ ମଦନମୋହନ ଓ ସ୍ୱପ୍ନେଶ୍ୱର ଦେବ ସାହିରେ ପ୍ରତ୍ୟକ ଙ୍କ ଦୁଆରେ ଭୋଗ ଖାଇଥିଲେ । ପରେ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କୁ ଜଗନ୍ନାଥ ମନ୍ଦିରରେ ଛାଡିଦେବାପରେ ସ୍ୱପ୍ନେଶ୍ୱର ଦେବ ମନ୍ଦିରକୁ ଫେରିଯାଇଥିଲେ । ଅନେକ ମନ୍ଦିରରେ ଶିବଭକ୍ତମାନେ ରାତି ତମାମ ଉଜାଗର ରହି ଦୀପ ଜାଳୁଥିବା ଦେଖିବାକୁ ମିଳିଛି ।
ଶିବରାତ୍ରୀ ଉପଲକ୍ଷେ ରଣପୁରରେ ଶୌବପୀଠ ଚଳଚଞ୍ଚଳ

- Categories: Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ
by
Proprietor Abhimanyu Maharana
June 18, 2026
୭୮ ଦିନର ଅବିରତ ପଦଯାତ୍ରା ଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓ ଟଙ୍କା ଦେଇ ଦର୍ଶନ ବନ୍ଦ କର ପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ
by
Proprietor Abhimanyu Maharana
June 18, 2026
ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ରଥ ସମ୍ମୁଖରେ ଅନଧିକୃତ ନୃତ୍ୟକୁ ବିରୋଧ
by
Proprietor Abhimanyu Maharana
June 18, 2026
ନୟାଗଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା
by
Proprietor Abhimanyu Maharana
June 17, 2026
ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ 'ସଙ୍ଗୀତଧାରା' ପକ୍ଷରୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
June 17, 2026