ବରଗଡ଼ ଜିଲ୍ଲା ରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ – ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ 

 ଓଡ଼ିଶା ତାଜା ନ୍ୟୁଜ ( ୧୧ ଅପ୍ରେଲ ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲା କୁ ଲାଗି ରହିଥିବା ଛତିଶଗଡ ସୀମାନ୍ତ ଲୁହୁରାଚଟ୍ଟି, ପାଇକମାଳ, ଝାରବନ୍ଧ, ଅମ୍ଭାଭୋନା ବ୍ଲକ ଅଞ୍ଚଳ ରେ ସ୍ବାସ୍ଥ୍ୟ କର୍ମୀ ଙ୍କ ସମେତ ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ରହି ଯାଞ୍ଚ ଆରମ୍ଭ ହୋଇଛି ।

ସେହିପରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗିଥିବା ବେଳେ ଗତକାଲି ରାତିରେ ବରଗଡ଼ ସହର ଗାନ୍ଧୀ ଛକଠାରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଉପସ୍ଥିତି ରେ ଯାନବାହାନ ସହ କୋଭିଡ ଯାଞ୍ଚ କରାଯାଇଥିଲା । ଏଥିରେ ଆରଟିଓ, ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Exit mobile version