ସ୍ୱାଗତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଏପ୍ରିଲ , ଶନିବାର ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ନିକଟସ୍ଥ ନୂଆ କାଚରାମାଳ ଗ୍ରାମର ଲକ୍ଷେଶ୍ୱର ୟୁଥ କ୍ଲବ ଆନୁକୂଲ୍ୟରେ, ଆୟୋଜିତ ନବମ ବାର୍ଷିକ ସ୍ୱାଗତ ମେମୋରିଆଲ , ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉସ୍ଚବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । କାନନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସ୍ଚବରେ , ସମାଜସେବୀ ସ୍ୱାଧୀନ ଚେତା ମହାନ୍ତି , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଜାତୀୟ ଫୁଟବଲ ରେଫରୀ ଯିତେନ୍ଦ୍ର ସାମନ୍ତ ସିହଂ।ର , ଗଣମାଧ୍ୟମର ପ୍ରତିନିଧିମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ୩୨ ଗୋଟି ଟିମ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ଦିନ ଉଦଘାଟନ ମ୍ୟାଚ ପାହାଳ ନିକଟସ୍ଥ ନୂଆପାଟଣା କ୍ରୀକେଟ ଟିମ ବନାମ କଟକ ସଦର ଅଞ୍ଚଳର ପ୍ରତାପନଗରୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ ନେଇ ନୂଆପାଟଣା କ୍ରୀକେଟ ଟିମ ୩୭ ରନ କରିଥିଲା ବେଳେ ପ୍ରତାପନଗରୀ ଟିମ ୩୪ ରନ ସଂଗ୍ରହ କରିଥିଲା । ୩ ରନରେ ନୂଆପାଟଣା କ୍ରୀକେଟ ଟିମ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲା । 

( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )

Exit mobile version