ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳି ଗ୍ରସ୍ତ ସ୍ମ୍ରାଟ୍ କ୍ଳାସ ରୁମ ବୁଲି ଦେଖିବା ସହ କରୋନା ସ୍ଥିତିର ସମୀକ୍ଷା କଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ,ଶନିବାର )ହିଞ୍ଜିଳିକାଟୁ :-  ସେଂଟର ଅଫ୍ ଏକ୍ସିଲେନ୍ସିରେ ସ୍ଥାନିତ ହୋଇଥିବା ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳର ୨ଟି ଉଚ୍ଚ ବିଦ୍ୟାଳୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ସଂପୃକ୍ତ ବିଦ୍ୟାଳୟ ଦ୍ୱୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଶନିବାର ହିଞ୍ଜିଳି ଗ୍ରସ୍ତରେ ଆସି ସଂପୃକ୍ତ ବିଦ୍ୟାଳୟର ସ୍ମ୍ରାଟ କ୍ଳାସ ରୁମ ବୁଲି ଦେଖିଥିଲେ । ପରେ ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ସହ ଶିକ୍ଷାଦାନ ପ୍ରଣାଳୀ, ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ । ବିଜ୍ଞାନଗାର, ପାଠାଗାରକୁ ଅଧିକ କ୍ରିୟାଶୀଳ କରିବା ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବିଦ୍ୟାଳୟର ଆବଶ୍ୟକୀୟ ଭିତଭୂମି ସର୍ମ୍ପକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି କୁମାରୀ ପାତ୍ରଙ୍କ ସହ ଆଲୋଚନା କରିଥିଲେ ।

 

ନିର୍ମାଣ କାର୍ଯ୍ୟ ଶ୍ରୀଘ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ସେଠାରୁ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କରେନା ସ୍ଥିତି ସମୀକ୍ଷା କରିଥିଲେ । ଜିଲ୍ଳାପାଳଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତାର୍ତୟ ଭାଉ ସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କିର୍ତିଭାସନ, ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧିରାମ ବଳିୟାର ବନ୍ଦର, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ଉଭୟ ବିଦ୍ୟାଳୟର ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version