ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା 20.2.2020 :- ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବେକାରୀ ପ୍ରସଙ୍ଗ ଉଠାଇଥିଲେ । ସେ ଅଭିଯୋଗ କରିଥିଲେ ରାଜ୍ୟରେ ୨୨ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜୀକରଣ ହୋଇଥିଲେ ହେଁ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ୫୫ ହଜାର ୫୫୬ଜଣ ବେକାର ଅଛନ୍ତି । ଏହାଛଡା କେନ୍ଦ୍ର ଦେଉଥିବା ଅର୍ଥର ସୁଧରେ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୩୦ଟି ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଅର୍ଥ ସୁଧରେ ଚାଲିଛି ବୋଲି ଶ୍ରୀ ନାୟକ କହିଥିଲେ । ଏହା ଉପରେ ଆପତ୍ତି ଉଠାଇ ବିଜେଡି ବିଧାୟକ ପ୍ରଦୀପ ଅମାତ, ଅମର ଶତପଥୀ ଓ ଭୁପିନ୍ଦର ସିଂ କହିଲେ ବିରୋଧୀ ଦଳ ନେତା ଅସତ୍ୟ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ । ଫଳରେ ଏହାକୁ ନେଇ ଗୃହରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା ଓ ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବାଚସ୍ପତି ରୁଲିଂ ଦେବା ସହ ବିରୋଧୀ ଦଳ ନେତାଙ୍କୁ ଏ ସମ୍ପର୍କିତ ତଥ୍ୟ ସମ୍ପର୍କିତ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ ୪୦୦ କୋଟି ଟଙ୍କା ଏଥିପାଇଁ ବ୍ୟୟ ବରାଦ କରାଯାଇଥିବା ଗୃହକୁ ଜଣାଇଥିଲେ ।
ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ : ବେକାର ସଂଖାକୁ ନେଇ

- Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍
Related Content
କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
by
Proprietor Abhimanyu Maharana
September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ
by
Proprietor Abhimanyu Maharana
September 6, 2026
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ
by
Proprietor Abhimanyu Maharana
September 6, 2026
ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ
by
Proprietor Abhimanyu Maharana
September 6, 2026
ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ
by
Proprietor Abhimanyu Maharana
September 6, 2026
୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ
by
Proprietor Abhimanyu Maharana
September 6, 2026