କୋଭିଡ କଟକଣା ଉଲଘଂନ ଏବଂ ଲାଇସେନ୍ସ : ପାରଳାଖେମୁଣ୍ଡି  ରେ ଥିବା ୪ଟି ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ପାରଳାଖେମୁଣ୍ଡି :- କୋଭିଡ କଟକଣା ଉଲଂଘନ ଏବଂ ଲାଇସେନ୍ସ ନବୀକରଣ କରିନଥିବା ଅଭିଯୋଗରେ ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ସହରରେ ଥିବା ୪ଗୋଟି ସିନେମାହଲକୁ ସିଲ କରିଥିବା ଜଣାପଡିଛି । ଗତକାଲି ତେଲୁଗୁ ସୁପରଷ୍ଟାର ପବନକଲ୍ୟାଣଙ୍କ “ଓକିଲ ସାହେବ” ନାମରେ ଏକ ତେଲୁଗୁ ସିନେମା ପାରଳାଖେମୁଣ୍ଡି ସହରର ଏ.କ.ସିନେମା ହଲ, ଲକ୍ଷ୍ମୀ ଟକିଜ ଓ ଜୟା ମହଲରେ ରିଲିଜ ହୋଇଥିଲା । ତେଲୁଗୁ ସୁପଷ୍ଟାରଙ୍କ ଏହି ସିନେମା ରିଲିଜ ଯୋଗୁଁ ଅସମ୍ଭ ଜନଗହଳି ଦେଖାଦେଇଥିଲା । ଏଥିରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ମଧ୍ୟ ପଡିଥିଲା ।

ଗତକାଲି ପ୍ରଥମେ ସାମୟିକ ଭାବେ ଏହି ୩ଟି ହଲ୍‌ରେ ସିନେମା ପ୍ରଦର୍ଶନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖି ତଦନ୍ତ ଆରମ୍ଭ କରିଥିଲେ । ପାରଳା ତହସିଲଦାର ଅଚ୍ୟୁତା ନନ୍ଦ ଜାନୀ ଆଜି ଏନେଇ ସୂଚନା ଦେଇଛନ୍ତି ଯେ, କୋଭିଡ ନିୟମ ଉଲଂଘନ କରି ସରକାରଙ୍କ ନିୟମକୁ ଅମାନ୍ୟ କରିଥିବା ଦୃଷ୍ଟିରୁ ଲକ୍ଷ୍ମୀ ଟକିଜ ଓ ଜୟାମହଲ ନାମରେ ମକଦ୍ଦମା ରୁଜୁ କରାଯିବା ସହ ୨ ହଲକୁ ୧୦ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।

ଏହି ୨ଗୋଟି ହଲକୁ ଅନିଦ୍ଧିଷ୍ଟ କାଳପାଇଁ ବନ୍ଦ କରାଯିବା ସହ ୨ଗୋଟି ହଲକୁ ସିଲ କରାଯାଇଛି । ଏହି ୨ଗୋଟି ହଲ ସହ ପାରଳାଖେମୁଣ୍ଡି ସହରରେ ଥିବା ଅନ୍ୟଦୁଇ ଗୋଟି ହଲ ଏ.କେ. ସିନେମା ଓ ନଟରାଜ ସିନେମାହଲ ମୋଟ ଚାରି ଗୋଟି ହଲର ସିନେମା ପ୍ରଦର୍ଶନର ଲାଇସେନ୍ସ ନବୀକରଣ ହୋଇନାହିଁ । ତେଣୁ ଏହି ଦୁଇ ଗୋଟି ହଲକୁ ମଧ୍ୟ ସିଲ କରାଯାଇଛି (ଗରୁଡ଼ ଧ୍ୱଜ ଚୌଧୁରୀ) 

Exit mobile version