ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ନୟାଗଡ଼ରେ ୫ମ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ଭୁବନେଶ୍ୱର :- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଦ୍ୱାରା ନୟାଗଡ଼ରେ ଏହାର ପଞ୍ଚମ ଗ୍ରାହକ ସେବା କେନ୍ଦ୍ର (ସିସିସି) ଉଦ୍‌ଘାଟନ କରାଯାଇଛି । ଏହି ନୂତନ କେନ୍ଦ୍ର ଯୋଗ କରାଯିବା ପରେ ଟିିପିସିଓଡିଏଲ୍‌ର ସିସି ଶୃଙ୍ଖଳା ଏବେ ଓଡ଼ିଶାରେ ପାଞ୍ଚ ଗ୍ରାହକ ସେବା କେନ୍ଦ୍ରରେ ପହଞ୍ଚିଛି । ଟିପିସିଓଡିଏଲ୍‌ର ବରିଷ୍ଠ ପରିଚାଳନା କର୍ତୃପକ୍ଷ ଓ କର୍ମଚାରୀଙ୍କ ଉପସ୍ଥିତିରେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଡକ୍ଟର ପୋମା ଟୁଡୁ ଏହି ସିସିସିକୁ ଉଦ୍‌ଘାଟନ କରିଛନ୍ତି । ନୂତନ ବିଦ୍ୟୁତ ଯୋଗାଣ ଆବେଦନ, ମାସିକ ବିଲ୍ ପେମେଣ୍ଟ୍‌, ଗ୍ରାହକଙ୍କ ପ୍ରଶ୍ନ ଏବଂ ସମସ୍ୟାର ସମାଧାନ କରିବା ସହିତ ଗ୍ରାହକମାନଙ୍କ ସମ୍ପର୍କିତ ସେବାକୁ ଏହି କେନ୍ଦ୍ରରେ ପ୍ରଦାନ କରିବା ଭଳି ବିଭିନ୍ନ ପ୍ରକାର ଗ୍ରାହକ ସେବାକୁ ପରିଚାଳନା କରିବା ଲାଗି ଏହି କେନ୍ଦ୍ର ଅଧିକାରୀମାନଙ୍କ ଏକ ଦଳ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପରିଚାଳିତ ହେବ ଯେଉଁମାନେ ଏହି ସବୁ କାର୍ଯ୍ୟର ପରିଚାଳନା ପାଇଁ ଦକ୍ଷତା ହାସଲ କରିଛନ୍ତି ଓ ଏହା ଜରିଆରେ ଉତ୍କୃଷ୍ଟ ସେବାରେ ଅଂଶଗ୍ରହଣକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 

ଏହା ବ୍ୟତୀତ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଏହି ସିସିସିରେ ଗ୍ରାହକମାନଙ୍କ ପ୍ରବେଶକୁ ପରିଚାଳନା କରିବା ଲାଗି କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ୍‌, ଏକ ସେଲ୍‌ଫ୍ ହେଲ୍‌ପ କିଓସ୍କ ଏବଂ ଫିଡ୍‌ବ୍ୟାକ୍‌ ଟ୍ୟାବ୍ ରହିଛି ଯାହା ଜରିଆରେ କେନ୍ଦ୍ରରେ ବିଭିନ୍ନ ପ୍ରକାର ସେବାରେ ଗ୍ରାହକମାନଙ୍କ ମତାମତକୁ ଗ୍ରହଣ କରାଯିବ । ଏହି ଅବସରରେ ଶ୍ରୀଯୁକ୍ତ ଏନ୍ ସେନବାଗମ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍ କହିଛନ୍ତି ଯେ, “ନୟାଗଡ଼ରେ ଆମର ନୂଆ ସିସିସିକୁ ଉଦ୍‌ଘାଟନ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ସେବା ନିରନ୍ତର ଭାବେ ପ୍ରଦାନ କରିବା ଏବଂ ଅଭିନବ ସମାଧାନ ଜରିଆରେ ଗ୍ରାହକଙ୍କୁ ଉଲ୍ଲସିତ କରିବା ।’’

ଗତବର୍ଷ, ଟିପିସିଓଡିଏଲ୍ ପକ୍ଷରୁ ଚାରିଟି ସିସିସି ଉଦ୍‌ଘାଟନ କରାଯାଇଛି ଯେଉଁଥିରୁ ଭୁବନେଶ୍ୱରରେ ଗୋଟିଏ ଓ ଦୁଇଟି ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ସିସିସିକୁ କଟକ ଏବଂ ପୁରୀରେ ଖୋଲାଯାଇଛି ଯାହା ସ୍ଥାନୀୟ ମହିଳାମାନଙ୍କ ନିଯୁକ୍ତି ଏବଂ ସଶକ୍ତୀକରଣକୁ ପ୍ରଭାବିତ କରିବ । ଏହା ହେଉଛି ଟିପିସିଓଡିଏଲ୍‌ର ୫ମ ସିସିସି । ୨୦୧୮ରେ ଭାରତର ପ୍ରଥମ ବିଦ୍ୟୁତ୍ ଶକ୍ତି ୟୁଟିଲିଟି କଂପାନି ଭାବେ ମୁମ୍ବାଇ ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ସିସିସି ଉଦ୍‌ଘାଟନ କରି ଟାଟା ପାୱାର ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଥିଲା । ଟାଟା ପାୱାର ମୁମ୍ବାଇ, ଦିଲ୍ଲୀ ଓ ଆଜ୍‌ମେର୍‌ରେ ସଫଳତାର ସହ ପାଞ୍ଚଟି ସିସିସିକୁ ସମ୍ପୂର୍ଣ୍ଣରୁପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯାଉଛି ।

Exit mobile version