କଲ୍ୟାଣ ଜୁଏଲର୍ସ ପକ୍ଷରୁ ପଣା ସଂକ୍ରାନ୍ତୀରେ ୧୦୦ କୋଟି ଟଙ୍କା ମୂଲ୍ୟର ଉପହାର ବିଷୟରେ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ଭୁବନେଶ୍ୱର :-  ଉତ୍ସବ ଋତୁର ଆଗମନରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ପଣା ସଂକ୍ରାନ୍ତୀକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ଅଫର୍ ଏବଂ ମେଗା ଉପହାର ବିଷୟରେ ଘୋଷଣା କରାଯାଇଛି । ଏହି ଅଫର୍‌ର ଅଂଶସ୍ୱରୂପ କଂପାନି ତରଫରୁ ନିଃସର୍ତ ଗିଫ୍‌ଟ ଭାଉଚର ଭାବେ ୧୦୦ କୋଟି ଟଙ୍କାର ଲାଭ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ନୂତନ ବର୍ଷର ପ୍ରାରମ୍ଭରେ ଘୋଷଣା ହୋଇଥିବା ଏହି ଅଫର୍‌ରେ ସାମିଲ ରହିଛି ହୀରା ଗହଣା କିଣାକିଣି ଉପରେ ୨୫% ପର୍ଯ୍ୟନ୍ତର ରିହାତି ଓ ଅନ୍‌କଟ୍ ଓ ମୂଲ୍ୟବାନ ଷ୍ଟୋନ୍ ଗହଣା ଉପରେ ୨୦% ପର୍ଯ୍ୟନ୍ତର ରିହାତି । ଅଫର୍‌କୁ ଆକର୍ଷଣୀୟ କରିବା ଲାଗି କଲ୍ୟାଣ ଜୁଏଲର୍ସ ତରଫରୁ ସୁନା ଗହଣାର ଭିଏ କିମ୍ବା ଗଢ଼ା ମୂଲ୍ୟ ଉପରେ ୫୦% ପର୍ଯ୍ୟନ୍ତର ରିହାତି ଘୋଷଣା କରାଯାଇଛି । ପୁରୁଣା ସୁନା ଏକ୍ସଚେଞ୍ଜ୍ ଉପରେ ଗ୍ରାହକମାନେ ସେହି ସୁନାର ପ୍ରକୃତ ମୂଲ୍ୟ ପାଇପାରିବେ । ସେଥିରେ କୌଣସି ରିହାତି ରହିବ ନାହିଁ । ଏହି ଅଫର୍ ୨୦୨୧ ମେ’ ୩୦ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ କଲ୍ୟାଣ ଜୁଏଲର୍ସ ଷ୍ଟୋର୍‌ରେ ଉପଲବ୍ଧ ରହିବ ।

ଏହି ଅବସରରେ ଶ୍ରୀଯୁକ୍ତ ଟି ଏସ୍ କଲ୍ୟାଣରମଣ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, କଲ୍ୟାଣ ଜୁଏଲର୍ସ କହିଛନ୍ତି ଯେ, “ପଣା ସଂକ୍ରାନ୍ତିକୁ ହିନ୍ଦୁ ନୂଆବର୍ଷର ଶୁଭାରମ୍ଭ ଭାବେ ପାଳନ କରାଯାଏ ଏବଂ ଏହାକୁ ନୂତନ ଆରମ୍ଭର ସମୟ ବୋଲି କୁହାଯାଏ । ମହାମାରୀ ଯୋଗୁଁ ଉତ୍ସବ ଚାକଚକ୍ୟ ହ୍ରାସ ପାଇଥିବା ବେଳେ ତାହା କେବଳ ନିବିଡ଼ ଲୋକମାନଙ୍କ ମଧ୍ୟରେ ସୀମିତ ହୋଇଯାଇଥିବାରୁ ଆମର ଲକ୍ଷ୍ୟ ହେଉଛି ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଓ ସେମାନଙ୍କ ଗହଣା କିଣା ଉପରେ ସେମାନଙ୍କୁ ସର୍ବାଧିକ ଲାଭ ପ୍ରଦାନ କରିବାରେ ସହାୟତା ପ୍ରଦାନ କରିବା । ଆମର ୧୦୦ କୋଟି ଟଙ୍କାର ଗିଭଆୱେ ଅଫର୍ ସହି ମେଗା ଉପହାର ରହିଛି ଯାହା ସେହା ହିଁ ପ୍ରଦାନ କରିବ ।

ଆମର ପୃଷ୍ଠପୋଷକ ଓ ବୃହତ୍ ସମାଜର ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ଆମର ସମସ୍ତ ସୋ’ରୁମ୍‌ରେ କଠୋର ସ୍ୱଚ୍ଛତା ଓ ପରିମଳ ନିୟମ ପାଳନ କରୁଛୁ ଏବଂ ଉତ୍ସବ ପାଳନର ଅଂଶ ସ୍ୱରୂପ ଅତୁଳନୀୟ ରିଟେଲ୍ ଅନୁଭୂତି ପ୍ରଦାନ କରୁଛୁ ।’’ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଗ୍ରାହକମାନଙ୍କୁ ସ୍ୱର୍ଣ ଅଳଙ୍କାର ଗୁଡିକରେ ୪-ଲେବଲ୍‌ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି । କଲ୍ୟାଣ ଜୁଏଲର୍ସରେ ଗହଣାଗୁଡ଼ିକୁ ବିବିଧ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିବାକୁ ପଡ଼େ ଏବଂ ସବୁ ଗୁଡ଼ିକ ହେଉଛି ବିଆଇଏସ୍ ହଲମାର୍କର । ୪-ଲେବଲ୍‌ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ଗ୍ରାହକମାନଙ୍କୁ ସେମାନେ ଦେଇଥିବା ମୂଲ୍ୟର ଶୁଦ୍ଧ ସୁନା ଗହଣା ପାଇବାର ପ୍ରତିଶ୍ରୁତି ପ୍ରଦାନ କରୁଛି । ଏଥିରେ ଜୀବନବ୍ୟାପୀ ନିଶୁଳକ ରକ୍ଷଣାବେକ୍ଷଣ ପ୍ରତିଶ୍ରୁତି ରହିଛି । କଲ୍ୟାଣ ଜୁଏଲର୍ସ ପକ୍ଷରୁ ଲାଇଭ୍‌ ଭିିଡିଓ ସପିଙ୍ଗ୍ ସୁବିଧା ପ୍ରଦାନ କରାଯାଉଛି ।

Exit mobile version