ବରଗଡରେ ସରକାରୀ କୋଭିଡ଼ ହସ୍ପିଟାଲ ଖୋଲିବା ଦାବୀ ରେ ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ବରଗଡ଼ :- ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବରଗଡ଼ରେ ବଢ଼ି ଚାଲିଥିବା ବେଳେ ଗତକାଲି ୮୪ ଟି କେସ୍ ସାମ୍ନା କୁ ଆସିଥିଲା । ହେଲେ ସରକାରୀ କୋଭିଡ଼ ହସ୍ପିଟାଲ ବନ୍ଦ ହୋଇଥିବାରୁ ରୋଗୀ ଙ୍କ ଚିକିତ୍ସା ରେ ବାଧା ସୃଷ୍ଟି ହୋଇଛି। ବାଧ୍ୟ ହୋଇ ପ୍ରାଇଭେଟ ହସ୍ପିଟାଲ କୁ ଯାଇ ମୋଟା ଆଙ୍କ ର ଅର୍ଥ ଦେବାକୁ ପଡୁଥିବା ଅଭିଯୋଗ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ ଓ ସମ୍ବିଧାନ ସୁରକ୍ଷା ମଞ୍ଚ ର ସଦସ୍ୟ ମାନେ । ଶୁକ୍ରବାର ବରଗଡ଼ରେ ନୂତନ ଭାବେ ନିର୍ମାଣ ହୋଇଥିବା ବାବା ସାହେବ ଆମ୍ବେଦକର ଷ୍ଟେଚୁ ସାମ୍ନା ରେ ଧାରଣା ରେ ବସିଥିଲେ ।

ସରକାରୀ କୋଭିଡ ହସ୍ପିଟାଲ କୁ ତୁରନ୍ତ ଖୋଲିବାକୁ ଦାବି କରିଥିଲେ । ପ୍ରାଇଭେଟ ହସ୍ପିଟାଲ ରେ ୨୫ ହଜାର ଟଙ୍କା ଦିନକୁ ବେଡ଼ ଚାର୍ଜ ନେଉଥିବା ରୁ ଏହା ସାଧାରଣ ଲୋକଙ୍କ ଉପରେ କୋରଡା ମାଡ ବୋଲି ରମେଶ ମହାପାତ୍ର କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଭବାନୀ ସାହୁ, ପବିତ୍ର ଦେହେରି, ରମେଶ ପତି, ସ୍ୱାମୀ ଧ୍ୟାନ ଦୀପକ, ମରିୟମ ବାର୍ଳା,ବଳରାମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version