ଜିଲ୍ଲା ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ କୋଭିଢ୍ ସଚେତନତା ବାର୍ତ୍ତା ପ୍ରଚାର ଅଭିଯାନ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲାରେ କରୋନା ଦ୍ବିତୀୟ ଲହର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦୋକାନୀ, ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ କୋଭିଢ୍ ସଚେତନତା ସମ୍ପର୍କିତ ଏକ ପ୍ରଚାର ଗାଡ଼ି ସହର ମଧ୍ୟରେ ପରିକ୍ରମା କରିବ।ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ ଏହି କୋଭିଡ୍ ସଚେତନତା ପ୍ରଚାର ଗାଡ଼ିକୁ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ମହାମାରୀ କରୋନାର ଦ୍ଵିତୀୟ ଲହର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲାର ସମସ୍ତ ଦୋକାନୀ, ବ୍ୟବସାୟୀ ବନ୍ଧୁଗଣ ନିଜ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଆଦିର ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନ କରି ନିଜେ ନିଜେ ମାସ୍କ ପିନ୍ଧିବା ସହିତ ଗ୍ରାହକମାନଙ୍କୁ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରିବା ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରିଷ୍କାର ପରିଚ୍ଛନ୍ନତା ବିଶୋଧନ କରଣ ପ୍ରତି ଧ୍ୟାନ ଦେବା ସହ ଯେପରି ଗହଳି ନ ହୁଏ ସେଥିପ୍ରତି ବିଶେଷ ଗୁରୁତ୍ବ ଦେବାକୁ କୁହାଯାଇଛି ।

ଏହି ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେନ୍ଦ୍ର ଦାସ, ସାଧାରଣ ସମ୍ପାଦକ ଶ୍ରୀ ବିମଳ କୁମାର ପୋଦାର, ଟ୍ରେଜରର ଶ୍ରୀ କୃଷ୍ଣଚନ୍ଦ୍ର ଦେବତା, ଉପସଭାପତି ଶ୍ରୀ ରାଜ କିଶୋର ବେହେରା, ପ୍ରତିଷ୍ଠାନର କର୍ମକର୍ତ୍ତା ବିନୋଦ କୁନାର ଅଗ୍ରୱାଲ, ମହେଶ ପ୍ରସାଦ ଅଗ୍ରୱାଲ, ଶିବ ପ୍ରସାଦ ପଣ୍ଡା, ଅନିଲ କୁମାର ପାତ୍ର, ପ୍ରଣବା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।(ଢେଙ୍କାନାଳ ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version