ଲଟେରୀ ମାଧ୍ୟମରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଚୟନ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୯ ଅପ୍ରେଲ ଶୁକ୍ରବାର)  ଢେଙ୍କାନାଳ :- ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ନିମନ୍ତେ ଜିଲ୍ଲାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ଆଜି ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲଟେରୀ ଉଠାଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଅଛି। ଏହି ଚୟନ ପ୍ରକିୟାରେ ଜିଲ୍ଲାର ମୋଟ ୭୦୭ ଜଣ ମଦ ଦୋକାନ ଖୋଲିବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଲଟେରୀ ମାଧ୍ୟମରେ ୪୧ ଜଣ ଆବେଦନକାରୀଙ୍କୁ ଚୟନ କରାଯାଇଛି। ଏଥିପାଇଁ ସମସ୍ତ ଆବେଦନକାରୀଙ୍କ ଠାରୁ ଆବେଦନ ଦେୟ ବାବଦକୁ ମୋଟ ୭ କୋଟି ୭ ଲକ୍ଷ ଟଙ୍କା ଆଦାୟ ହୋଇଅଛି । ଲଟେରୀ ମାଧ୍ୟମରେ ଢେଙ୍କାନାଳ ଗନ୍ଦିଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରୁଚିର କୁମାର ବରାଳ ପାଇଥିବାବେଳେ ଅଠେଇଷି ମାଇଲ୍ ଛକରୁ ନରେନ୍ଦ୍ର କୁମାର ସାହୁ,ନୁଣିରୁ ପୁଷ୍ପା ସେଠୀ, ମୋଟଙ୍ଗା- ରାଜନ୍ ପ୍ରସାଦ,

ମଙ୍ଗଳପୁର ଓ ବଡଷାଠିଏ ବାଟିଆ ବାଇପାସ୍ – ଯୁବରାଜ ହାତୀ, ହିନ୍ଦୋଳ ଟାଉନ୍ ଓ ସାଆନ୍ଦା- ପ୍ରସନ୍ନ କୁମାର ମହାପାତ୍ର, କଙ୍କଡ଼ାହାଡ଼ – ପ୍ରଶାନ୍ତ କୁମାର ଦଳବେହେରା, କଙ୍କଡ଼ାହାଡ଼ (କ)- ସନ୍ତୋଷ କୁମାର ବାରିକ, ଜିରାଳ- ମଧୁସୂଦନ ସାହୁ, ଭାପୁର ଓ ଶୁଆଖାଇ କାଟେଣୀ- ବିଭୁତି ଭୁଷଣ ସାହୁ,ପରଜଙ୍ଗ – ରାମଚନ୍ଦ୍ର ଦାସ,ଗଡପଳାଶୁଣୀ- ନେତାଜୀ ଅଭିନନ୍ଦନ ବେହେରା, ଭୁବନ ଅମୁଲ୍ୟ ଦେହୁରୀ,କାଙ୍କଲୁଣ୍ଡା- ରତ୍ନାକର ସାହୁ, ଗତରେଇ- ପ୍ରତିଭା ସାହୁ, ମହାବୀର ରୋଡ୍- ନିରଞ୍ଜନ ନନ୍ଦ, କରମୂଳ- ସୁଚିସ୍କିତା ସାହୁ, ମହୁଲପଡା- ଲକ୍ଷ୍ମୀପ୍ରିୟା ପୃଷ୍ଟି, କୁକୁଡାଝର – ଶକ୍ତି ରଞ୍ଜନ ସାହୁ, ଦୟାଁବିଲି – ଜ୍ଞାନ ରଞ୍ଜନ ପଣ୍ଡା, ରାହାଣି ଓ ମୃଦଙ୍ଗା- ସୁରଜ କୁମାର ସାହୁ,କୁରୁମ ଗାଡିଆ- ଅମିତାଭ ସ୍ବାଇଁ, ବଳରାମ ପ୍ରସାଦ- ଅଭିଷେକ ସିଂହ, ଓଡ଼ାପଡ଼ା – ଲିଳାବତୀ ଦେବୀ,

ରଞ୍ଜାଗୋଳ – ସୀତାରାମ ପ୍ରଧାନ, ତେଲିଭୁଇଁ- ଦ୍ରୌପଦୀ ସାହୁ,ପଣ୍ଡୁଆ- ଶମ୍ବୁ ଭୁଷଣ ରଣା, କାମାକ୍ଷାନଗର- ବିଦୁଭୁଷଣ ପ୍ରଦାନ,ମୁକ୍ତାପସି – ଜୟନ୍ତୀ ତ୍ରିପାଠୀ, ମନ୍ଦାର – ମାନସ କୁମାର ସାହୁ ଏବଂ ଢେଙ୍କାନାଳ ଟାଉନ୍ (୧) – ଦିପ୍ତିରାଣୀ ବେହେରା,(୨ ଓ ୩) – ଆଶୁତୋଷ ସାହୁ, (୪) – ବିଷ୍ଣୁ ଚରଣ ସାହୁ ଏବଂ ଦକ୍ଷିଣକାଳୀ ମଦ ଦୋକାନକୁ ସଞ୍ଜୟ କୁମାର ଘୋଷ ପ୍ରାପ୍ତ ହୋଇଛନ୍ତି । ଏହି ଲଟେରୀ ଉଠାଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀ, ଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ଭଜନାନନ୍ଦ ସାହୁ, ଅବକାରୀ କର୍ମଚାରୀ ଓ ଆବେଦନକାରୀ ମାନେ ଉପସ୍ଥିତ ଥିଲେ। (ଢେଙ୍କାନାଳ ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version