ରୁପ୍ରାରୋଡରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟପରେ – ନିଷିଦ୍ଧାଞ୍ଚଳ ଘୋଷଣା

 ଓଡ଼ିଶା ତାଜା ନ୍ୟୁଜ (୯ ଅପ୍ରେଲ ଶୁକ୍ରବାର) କଳାହାଣ୍ଡି :- କରୋନା ମହାମାରୀର ଦ୍ଵିତୀୟ ଲହରୀ ଖେଳିଯାଇଛି। କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡରୁ ଗତ ୭ ଦିନ ମଧ୍ୟରେ ୧୫ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟପରେ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି।କରୋନାର ଦ୍ଵିତୀୟ ଲହରୀ ବିରୁଦ୍ଧରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ରୁପ୍ରାରୋଡ ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଆଜି ସନ୍ଧ୍ୟା ୭ଟା (୯/୪/୨୦୨୧)ରୁ ଆସନ୍ତା ୧୬/୪/୨୧ ରିଖ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭ ଦିନ ପାଇଁ ରୁପ୍ରାରୋଡ ବସ୍ତି ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ସଟଡାଉନ ଘୋଷଣା କରାଯାଇଛି ।

ଏହି ସମୟରେ ଡ଼ାକ୍ତରଖାନା, ଔଷଧ ଦୋକାନ ବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟାଙ୍କ, ଦୋକାନ ବଜାର ତଥା ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ।ରୁପ୍ରାରୋଡର ମୁଖ୍ୟ ରାସ୍ତା ବ୍ୟତୀତ ସମସ୍ତ ଗଳିରାସ୍ତା ମଧ୍ୟ ବନ୍ଦ ରହିବ। ରାଜ୍ୟ ବାହାରୁ ଟ୍ରେନ ଯୋଗେ ଆସୁଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ପଞ୍ଚାୟତ ପ୍ରଶାସନକୁ ସୂଚନା ପ୍ରଦାନ ପାଇଁ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version