ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ଉଦ୍ୟାନ କୃଷି ନିମନ୍ତେ ବିଭିନ୍ନ ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଏହାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ । କୃଷକମାନଙ୍କ ଆୟ ଦ୍ୱିଗୁିତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହୋଇଥିବାବେଳେ ଉଦ୍ୟାନ କୃଷି ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ପୂର ଦିଗରେ କୌସି ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁ କୁମାର ସାହୁ କହିଛନ୍ତି । ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଗତ ଜିଲ୍ଲାର ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟରେ ଉଦ୍ୟାନ କୃଷିର ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହାକୁ ପୂର୍ଣ୍ଣ ବିନିଯୋଗ କରି କୃଷକମାନଙ୍କ ଆୟ ବହୁଗୁିତ କରାଯାଇପାରିବ ।

