ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ)ର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ବେହେରା ତମାଣ୍ଡୋସ୍ଥିତ ଜିସିପିଇ ମହାବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ଚାଲୁ ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଶିକ୍ଷାରମ୍ଭ ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
