
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ‘କଳାଭୂମି’-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ । କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ ପରମ୍ପରାକୁ ନେଇ ଆଠଗୋଟି ଗ୍ୟାଲେରୀ ରହିଛି । ବର୍ତ୍ତମାନ ଆଉ ଦୁଇଟି ଗ୍ୟାଲେରୀ ନିର୍ମାଣାଧୀନ ଅଛି । ସେହି ଦୁଇଟି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଓ ଓଡ଼ିଶାର ନୃତ୍ୟର କଷ୍ଟୁ୍ୟମ୍ ।
