ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ‌ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ଲାକାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ଭୁବନେଶ୍ୱର  :- ଯାହାକୁ ବିରୋଧ କରି ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ଆଗକୁ ପରୀକ୍ଷା ଥିବାବେଳେ କରୋନା ଆଳ ଦେଖାଇ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶର ପ୍ରତିବାଦ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଛାଡିବା ପାଇଁ ନୋଟିସ୍‌ ଜାରି କରିଛନ୍ତି । ପ୍ରତିବାଦ ଜଣାଇ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ‌ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ଲାକାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଉପରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ରାସ୍ତା ଉପରେ ଧାରଣା ଦେବା ଫଳରେ ବାଣୀବିହାର ଛକରେ ଗାଡି ମଟର ଚଳଚଳ ପ୍ରଭାବିତ ହୋଇଛି । ସେହି ରାସ୍ତା ଦେଇ ଯାଉଥିବା ‘ମୋ ବସ୍‌’କୁ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଟକାଇ ଦେଇଛନ୍ତି । ତୁରନ୍ତ ବିଏମ୍‌ସି ତାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ନକରିବା ଦାବିରେ ଅଡିବସିଛନ୍ତି ଛାତ୍ରଛାତ୍ରୀ ।

ବିଏମସି ନିର୍ଦ୍ଦେଶନାମା ଜାରି କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ନିଷ୍ପତ୍ତି କ୍ରମେ ଏପ୍ରିଲ ୧୨ ତାରିଖରୁ ପିଜି(ସ୍ନାତକୋତ୍ତର) ୪ର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ ପ୍ରଥମ ସେମିଷ୍ଟର ପିଲାଙ୍କୁ ମିଡ୍‍ ସେମିଷ୍ଟର ସରିବା ପରେ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦ୍ଦେଶ ହୋଇଛି। ତେବେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀ ଏପ୍ରିଲ୍‍ ୧୬ ତାରିଖ ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମୟ ଦେଇଛନ୍ତି। ଅନ୍ୟପକ୍ଷରେ କ୍ୟାମ୍ପସ ଓ ହଷ୍ଟେଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ କରୋନା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ନିୟମିତ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ବଜାୟ ରଖିବା ଆଦି ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି ।

Exit mobile version