ଓଡ଼ଗାଁ, ରାମସାଗର ପୁଷ୍କରିଣୀ ଠାରେ ମହୁମାଛି ଆକ୍ରମଣରେ ଗୁରୁତର ଆହାତ ହୋଇଥିବା ବୃଦ୍ଧଙ୍କର ମୃତ୍ୟୁ ଘଟିଛି

ଓଡ଼ିଶା ତାଜା ନ୍ୟୁଜ୍ ( ୦୮ ଏପ୍ରିଲ , ଗୁରୁବାର ) ଓଡ଼ଗାଁ :- ଓଡ଼ଗାଁ ରାମସାଗର ପୁଷ୍କରିଣୀ ଠାରେ ମହୁମାଛି ଆକ୍ରମଣରେ ଗୁରୁତର ଆହାତ ହୋଇଥିବା ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବୃଦ୍ଧ ଜଣଙ୍କ ସ୍ଥାନୀୟ ଓଡ଼ଗାଁ ଖାଡିତେଲି ସାହିର ଦୀନବନ୍ଧୁ ପଣ୍ଡା ବୋଲି ଜଣାପଡିଛି । ବୁଧବାର ଦିନ ଓଡ଼ଗାଁ ଦଣ୍ଡ ଯାତ୍ରା ଆରମ୍ଭ ଲାଗି ସ୍ଥାନୀୟ ରାମସାଗର ପୁଷ୍କରିଣୀ ଜଳ ତୁଠରେ ଅନୁକୂଳ ପର୍ବ ଚାଲିଥିବା ବେଳେ କୈାଣସି କାରଣରୁ ବିଗିଡି ଯାଇଥିବା ମହୁମାଛିମାନେ ଆକ୍ରମଣ କରିଥିଲେ ।

ସେଥିରେ ଡୋଲିଆ , ଦଣ୍ଡୁଆମାନେ ଆହତ ହେବା ସହିତ ସେଠାରେ ଠିଆହୋଇ ଦେଖୁଥିବା ବୃଦ୍ଧ ଦୀନବନ୍ଧୁ ଙ୍କୁ ମହୁମାଛି ଛାଡିନଥିଲେ । ଅଧିକ ମହୁମାଛି ଆକ୍ରମଣରୁ ବୃଦ୍ଧ ଦୀନବନ୍ଧୁ ଗୁରୁତର ହୋଇଥିଲେ ଏବଂ ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ବୃଦ୍ଧଙ୍କ ଶରୀରରୁ ମହୁମାଛି ଶୁଙ୍କ ବାହାର କରାଯିବା ପରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ପରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version