ଅଭିନଵ ବିନ୍ଦ୍ରା ସ୍ପୋର୍ଟ୍ସ ମେଡ଼ିସିନ ଏଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚିଉଟ୍ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ଭୁବନେଶ୍ୱର  :- ଫିଜିଓଥେରାପି ପାଠ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅଭିନଵ ବିନ୍ଦ୍ରା ସ୍ପୋର୍ଟ୍ସ ମେଡ଼ିସିନ ଓ ରିସର୍ଚ୍ଚ ଇନ୍‌ଷ୍ଟିଚିଉଟ୍ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨0୨୧ ପାଳିତ ହୋଇଯାଇଛି | ଏହି ଅବସରରେ ସ୍ୱାସ୍ଥ୍ୟ ସ୍କ୍ରିନିଂ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ ବଡି ମାଟ୍ରିକ୍ସ ଅଗ୍ରିମ ଟେକନୋଲୋଜିର ବ୍ୟବହାର କରାଯାଇ କିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯାଇପାରିବ ତାହାକୁ ପ୍ରଦର୍ଶନ କରାଯାଇଥିଲା |

ଅନୁଷ୍ଠାନ ର ଡିନ ଡ଼ଃ ଜୋସେଫ ଓଲିଭର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ର ଉଦେଶ୍ୟ ଓ ମହତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ | କୋଭିଡ ମହାମାରୀ ସମୟରେ ପ୍ରତ୍ୟେକ ବ୍ୟକ୍ତି କିପରି ସ୍ୱାସ୍ଥ୍ୟବାନ ଜୀବନ ଅତିବାହିତ କରିପାରିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା | ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ଃ ଚିନ୍ମୟ କୁମାର ପାତ୍ର ଗଣମାଧ୍ୟମ କର୍ମଚାରୀ ମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ବ୍ୟସ୍ତବହୁଳ ଥିବାରୁ ସେମାନଙ୍କର ସୁସ୍ଥତା ଉପରେ ଗୁରୁତ୍ୱ ଆରୋପ କରିବା ସହିତ ସେମାନଙ୍କ ପାଇଁ କେତେକ ଫିଜିଓଥେରାପି ର ଆବଶ୍ୟକତା ଉପରେ ସୂଚନା ଦେଇଥିଲେ |

ଅନୁଷ୍ଠାନ ର ଏହି କାର୍ଯ୍ୟକ୍ରମ କୁ ଗଣମାଧ୍ୟମ କର୍ମଚାରୀ ଙ୍କୁ ଉସର୍ଗ କରାଯିବା ସଂପର୍କରେ ଡ଼ଃ ପାତ୍ର ଘୋଷଣା କରିଥିଲେ | ବର୍ତମାନ ଆବ୍ସସ୍ମ|ରି କେବଳ ଖେଳ ଓ ଖେଳାଳି ଙ୍କ ସ୍ୱାସ୍ଥ୍ୟ ର ଯତ୍ନ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ | ପ୍ରଚଳିତ ଫିଜିଓଥେରାପି ବ୍ୟବସ୍ଥା ଠାରୁ ଅଭିନବଙ୍କ ଆବ୍ସସ୍ମ|ରି ର ପ୍ରୟାସ ଢେର ଉନ୍ନତ ଓ ଅତ୍ୟାଧୁନିକ |

ଏହି ଅବସରରେ ଶିକ୍ଷାନୁଷ୍ଠାନ ର ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ | ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଉପଯୋଗୀ ରୋଷେଇ କାର୍ଯ୍ୟକ୍ରମ ଅନ୍ୟତମ ଥିଲା | ଏତଦବ୍ୟତୀତ ପୋଷ୍ଟର ପ୍ରତିଯୋଗିତା ମଧ୍ୟ ହୋଇଥିଲା | ଛାତ୍ରଛାତ୍ରୀ ମାନେ ସ୍ୱାସ୍ଥ୍ୟ ଉପଯୋଗୀ ବିଭିନ୍ନ ଅଭିନଵ ଖାଦ୍ୟ ପ୍ରଦର୍ଶନ କରିଥିଲେ | କାର୍ଡ଼ିଓ ପୁଲମୋନାରୀ ବିଭାଗ ର ମୁଖ୍ୟ ଡ଼ଃ ଏସ ଗାୟତ୍ରୀ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Exit mobile version