ସ୍ୱସ୍ତି ସେବକ କ୍ଷଦ୍ର ବ୍ୟବସାୟୀ ସଂଘ ତରଫରୁ ଉଠାଦୋକାନୀମାନଙ୍କୁ ଡ଼ଷ୍ଟବିନ୍‌ ବଣ୍ଟନ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ମାର୍ଟ ସିଟି ଭୁବନେଶ୍ୱର 20.2.2020 :- ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସରସ ସୁନ୍ଦର ଏକ ନମ୍ବର ସହର ଭାବେ ଗଢି ତୋଳିବା ପାଇଁ ବାଣୀବିାହାର ନିକଟସ୍ଥ ସତ୍‌ସଙ୍ଗ ବିହାରଠାରେ ସ୍ୱସ୍ତି ସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ ଅଣ୍ଟା ଭିଡ଼ିବା ସହ ଏକ ଅଭିନବ ଉପାୟ ଅବଲମ୍ବନ କରିଛି । ଆଜି ସଂଘର ସଭାପତି ବାଦଲ କୁମାର ଦାସ ଓ ସଦସ୍ୟ ହେମନ୍ତ କୁମାର ନାୟକଙ୍କ ନେତୃତ୍ୱରେ ସଂଘ ତରଫରୁ ୩୦ଟି ଡ଼ଷ୍ଟବିନ୍ ସଂଗ୍ରହ କରାଯାଇ ଉଠାଦୋକାନୀମାନଙ୍କୁ ବଣ୍ଟନ କରାଯାଇଥିଲା ।

ଏଥିରେ ମୁଖ୍ୟଅତିଥି ଭାବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ସ୍ୱଚ୍ଛ ଭାରତ ଅଭିଯାନ ଓ ସହର ପରିଷ୍କାର ପରିଚ୍ଛନତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ରାଉତ କହିଲେ ଯେ, ଭୁବନେଶ୍ୱରକୁ ସାରା ଭାରତବର୍ଷରେ ଏକ ନମ୍ବର ସ୍ମାର୍ଟ ସହର ଭାବରେ ପରିଣତ କରିବାର ଅଛି ଏବଂ ସମସ୍ତ ଉଠାଦୋକାନୀମାନେ ନିଜ ନିଜର ଦୋକାନ ସମ୍ମୁଖରେ ଡ଼ଷ୍ଟବିନ ରଖିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେବା ସହ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ ।

ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଅନୁଜ କୁମାର ପ୍ରଧାନ, ପୂର୍ବତନ କର୍ପୋରେଟର ସୁ୍‌ସ୍ମିତା ଦାସ, ପ୍ରବୋଧ କୁମାର ପଣ୍ଡା, ଅନୁ ମିଶ୍ର, ସଙ୍ଗୀତା କିଷାନ ପ୍ରମୁଖ ଯୋଗଦେବା ସହ ସଂଘର ସମ୍ପାଦକ ଉପେନ୍ଦ୍ର ସାହୁ, ଶରତ କୁମାର ସାହୁ, ଆର. କ୍ରିଷ୍ଣା, ରଞ୍ଜନ କୁମାର ସାହୁ, ମନୋଜ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ପଥଚାରୀମାନଙ୍କୁ ସ୍ୱଚ୍ଛତାର ବାଣ୍ଟିବା ସହ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ୧୭ ୱାର୍ଡ଼ ପରିଭ୍ରମଣ କରିଥିଲା ।

Exit mobile version