ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଠାରେ ବାଲ୍ୟ ବିବାହ ରୋକିବା ପାଇଁ , ବାଲ୍ୟ ବିବାହ ନିଷେଧ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର )ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ପରିସରରେ ସଖୀ ୱାନଷ୍ଟପ ତରଫରୁ ବାଲ୍ୟ ବିବାହ ନିଷେଧ ଅଭିଯାନ ସମ୍ପର୍କରେ ଏକ ସଚେତନତା ସଭା ଆୟଜନ କରଯାଇଥିଲା ଉତ୍କସଭାରେ ସଖୀ ୱାନ ଷ୍ଟପକେନ୍ଦ୍ରର ପରିଚାଳକ ଶ୍ରୀମତୀ ଭାଗ୍ୟଲକ୍ଷ୍ମି ନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ, ବାଲ୍ୟବିବାହ ଦ୍ବାରା ମା ଓ ପିଲା ଅସୁରକ୍ଷିତ ହେଉଛନ୍ତି ଏଣୁ ବାଲ୍ୟବିବାହ ନ କରାଇବା ପାଇଁ ପରାମର୍ଶ ଦେଇଥିଲେ l ୟୁଏନ୍ଏଫ୍ଏ ର ସଦସ୍ୟା ସଂଯୁକ୍ତା ତ୍ରୀପାଠୀ ବାଲ୍ୟ ବିବାହର ଆଇନ ଗତ ଦିଗ ସମ୍ପର୍କରେ ବୁଝାଇଥିଲେ l

କାଶୀନଗର ବ୍ଲକର ସିଡିପିଓ ଶ୍ରମତି କନକ ଲତା ପୁଜାରୀ ବାଲ୍ୟ ବିବାହ କୁ ରୋକିବା କ୍ଷେତ୍ରରେ ସମସ୍ତେ ଏକାଠି ହୋଇ କାମ କରିବା ଦିଗରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l କାଶୀନଗର ବ୍ଲକର ସୂପରଭାଇଜର ଇନ୍ଦିରା କୁମାରୀ ପାଣିଗ୍ରାହୀ, ଶ୍ରୀମତି ମିନlକୁମାରି ଟହଲ, ସୁନୀତା ବେହେରା, ଶ୍ରି ଦେବି ରଇତ ୫୪ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ଥିଲେ l ମା ସଂଗନି ଗୋମାଙ୍ଗ, ମଞ୍ଜୁମିଶାଲ, ଜୟନ୍ତୀ ମହାପାତ୍ର, ପ୍ରମିଳା ଶବର, ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l (ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version