ସୂଚନାଅଧିକାର କର୍ମୀଙ୍କ ପୋଲିସ ଜିଜିପି କାର୍ଯ୍ୟ।ଳୟ ଘେରାଉ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) କଟକ :- ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରାଙ୍କୁ ଆକ୍ରମଣ କରିଥିବା , ଦୋଷୀକୁ ତୁରନ୍ତ ଗିରଫ ଘଟଣାର, ଉଚ୍ଚସ୍ତରୀୟ ତଦନ୍ତ ଦାବୀରେ ଗୁରୁବାର ଦିନ,ରାଜ୍ୟ ସୂଚନା ଅଧିକାର ଅଭିଯାନ ପକ୍ଷରୁ ପୁଲିସ ଡିଜି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ରାଜ୍ୟରେ ଦିନକୁଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ରାଜ୍ୟ ସରକାର 5T ସ୍ଵଛତା ନେଇ ଡିଣ୍ଡିମ ପିଟୁଥିବା ବେଳେ ,ଦୁର୍ନୀତି ଲୋକଲୋଚନକୁ ଆଣୁଥିବା ସୂଚନାଅଧିକାର କର୍ମୀଙ୍କୁ, ବିଧିବଦ୍ଧ ଭାବେ ଷଡ଼ଯନ୍ତ୍ର କରି ରାଜନେତା,ପ୍ରଶାସନିକ ଅଧିକାରୀ, ଖଣିମାଫିଆ ଶାସକଦଳର ବିଧାୟକ ମିଳିମିଶି ସୂଚନାଅଧିକାର କର୍ମୀଙ୍କୁ ଆକ୍ରମଣ,ହତ୍ୟାଧମକ,ମିଥ୍ୟାକେସ ଦେଇ ମୁହଁ ଚୁପ୍ କରିବାପାଇଁ ପ୍ରୟାସ ଚଳାଇଛନ୍ତି ।

ଯାଜପୁର ଜିଲ୍ଲାର ସୂଚନାଅଧିକାର କର୍ମୀ ସର୍ବେଶ୍ଵର ବେହୁରା, ଡ଼ଙ୍କାରୀ,ବିଛାଖଣ୍ଡି, ଆରୁହାରୁ ଲୁଟ୍ ହେଉଥିବା ଲଘୁଖଣିଜ ସମ୍ପଦ,ରେସନକାର୍ଡ,ଆବାସଯୋଜନା, ଅନ୍ୟାନ୍ୟ ସରକାରୀ ଯୋଜନାର ବ୍ୟାପକ ଦୁର୍ନୀତି ନେଇ, ମାନ୍ୟବର ଲୋକାୟୁକ୍ତ,ଉଚ୍ଚ ନ୍ୟାୟାଳୟ ଦ୍ଵାରସ୍ଥ ସହ ତଦନ୍ତ ଆଦେଶ ନେଇ ଖଣିମାଫିଆ ,ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କ ଦୁର୍ନୀତି ଲୋକଲୋଚନକୁ ଆସିଯିବ ନେଇ ବିଧାୟକ ପ୍ରଣବ ବଳବନ୍ତରାୟ ଷଡ଼ଯନ୍ତ୍ର କରି , ସର୍ବେଶ୍ୱର ବେହୁରାଙ୍କୁ ଗତ ୨୭ ତାରିଖରେ ବୋମାମାଡ଼ ହୋଇଥିଲା ଏବଂ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରୁନଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି ।

କିଛିଦିନ ପୁର୍ବରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ନାମରେ ଲୋକାୟୁକ୍ତଙ୍କ ନିକଟରେ କେସ କରିଥିବା ନେଇ ଏକ ମିଥ୍ୟାକେସ ଦେଇ ଗିରଫ କରିବା ,ଦୁର୍ନୀତି ବିରୁଦ୍ଧରେ ସ୍ଵରଉତ୍ତୋଳନ କରୁଥିବା , ସୂଚନାଅଧିକାର କର୍ମୀଙ୍କ ମୁହଁ ବନ୍ଦ କରିବାପାଇଁ ,ଏକପ୍ରକାର ପ୍ରୟାସ ଜାରି ରଖିଛନ୍ତି ।ଆଜି ଓଡ଼ିଶା ସୂଚନାଅଧିକାର ଅଭିଯାନ ତରଫରୁ ରାଜ୍ୟ ଆବାହକ ପ୍ରଦିପ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସର୍ବେଶ୍ଵର ବେହୁରାଙ୍କୁ ହୋଇଥିବା ବୋମାମାଡ ଘଟଣାର ଉଚସ୍ତରୀୟ ତଦନ୍ତ,ସୂଚନାଅଧିକାର କର୍ମୀ ଓପରିବାରଙ୍କୁ ସୁରକ୍ଷା, ଅପରାଧୀ ସହ ମୂଖ୍ୟ ଷଡ଼ଯନ୍ତ୍ରକାରୀ ତଥା ବିଜେଡି ବିଧାୟକ ପ୍ରଣଵ ବଳବନ୍ତରାୟଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏଡିଜି ଓ୍ଵାଇ.କେ ଜେଠଓ୍ଵାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

କଟକ ଜିଲ୍ଲା ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ,ଉପଦେଷ୍ଟା ସୁଧିର ମହାନ୍ତି,ବିନ୍ଦୁ ମହାନନ୍ଦ, ସଂଯୁକ୍ତା ପାଣିଗ୍ରାହୀ,ପ୍ରିୟବ୍ରତ ଗଡନାୟକ, କେଦାର ସାହୁ,ଭୀମଶେନ ବିଶ୍ଵାଳ, ପ୍ରକାଶ ସାମଲ,ରଞ୍ଜୁଲତା ମହାପାତ୍ରଙ୍କ ସହ ଅନେକ ସୂଚନାଅଧିକାର କର୍ମୀ ସାମିଲ ହୋଇଥିଲେ । ସର୍ବେଶ୍ଵର ବେହୁରାଙ୍କୁ ହୋଇଥିବା ବୋମାମାଡ ଘଟଣାର ମୂଖ୍ୟ ଷଡ଼ଯନ୍ତ୍ର କାରୀଙ୍କୁ ତୁରନ୍ତ ଗିରଫ କରାନଯାଏ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଏକ ବଡ ଧରଣର ଜନ ଆନ୍ଦୋଳନ ହେବବୋଲି ଉପଦେଷ୍ଟା ସୂଧିର ମହାନ୍ତି କହିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version