ଗଜପତି ଜିଲ୍ଲାର ଅଡବାଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ଭକ୍ତନଗରରୂ ଏକ କାରରୁ ୬୭କେଜି ୪୦୦ଗ୍ରାମ ଗଞ୍ଜେଇ ଅଡବା ପୋଲିସ ଦ୍ଵାରାଜବତ – ୨ଗିରଫ କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ଏସ୍‌.ଆଇ. ଚନ୍ଦନ ଦାସଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କଲା ବେଳେ ମାଣ୍ଡିମେରା-ଭକ୍ତ ନଗରରୁ ଏକ କାର ନଂ ଜେଏଚ୍ ୦୧ ଭି ୨୭୦୯ରୁ ୬୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଉକ୍ତ ଗଞ୍ଜେଇ ଅଡବା ଅଞ୍ଚଳରୁ ବିହାର ରାଜ୍ୟକୁ ଚାଲାଣ ହେଉଥିବା ପୋଲିସ ସୂଚନା ପ୍ରଦାନ କରିଛନ୍ତି ।

ଗଞ୍ଜେଇ ଚାଲାଣ ଅଭିଯୋଗେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟର ପାଟଣା ଅଞ୍ଚଳର ଶାନ୍ତି ସିଂ ଏବଂ ନାଳନ୍ଦାର ରଜନୀକାନ୍ତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଉର୍ଦ୍ଧ ହେବ । ଗଞ୍ଜେଇ ଜବତ ବେଳେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରାଦେବୀ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିଥିଲେ । (ରିପୋର୍ଟ/ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version