ମାଲକାନଗିରି ଜିଲ୍ଲା (ଓଡିଶା ତାଜା ନ୍ୟୁଜ୍ ) କାଲିମେଳା 19.2.2020 :- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଠାରେ ଆଜି ଧାରଣାରେ ବସିଲେ କାଲେରୁ ସେତୁକୁ ଯୋଡି ହୋଇଥିବା ତିନି ରାଜ୍ୟର ଅଂଚଳ ବାସୀ । ସେଠାରେ ମୋଟୁ ଅଞ୍ଚଳବାସୀ ତଥା ସୀମାନ୍ତ ଓଡିଶା,ଆନ୍ଧ୍ର ଓ ଛତିଶଗଡ ବାସିନ୍ଦା ଧାରଣାରେ ସାମିଲ ହୋଇଥିଲେ । ସେତୁ କାମ ଆଜକୁ ଏକ ବର୍ଷ ପୂର୍ବରୁ ସାରିଥିଲେ ମଧ୍ତ କାଲେରୁ ସେତୁ ଉଦଘାଟନକୁ ସରକାର ବିଳମ୍ବ କରୁଥିବା ଯୋଗୁ ଆଜି ଧାରଣାରେ ବସିଲେ ମୋଟୁ, କାଲିମେଳା ଓ ସିମାନ୍ତବର୍ତୀ ଅଞ୍ଚଳର ଲୋକେ । ଏହି ପୋଲ ତିନି ରାଜ୍ୟକୁ ସଂଯୋଗ କରିବା ଫଳରେ ତିନି ରାଜ୍ୟର ଲୋକେ ଉପକୃତ ହେଇପାରିବେ । ଉଦଘାଟନ ହୋଇନଥିବାରୁ ଏକ ଗେଟ ଲଗାଇ ବ୍ରିଜ଼ ବନ୍ଦ କରାଯାଇଅଛି । ତୁରନ୍ତ ଏହାକୁ ଉଦଘାଟନ କରିବାକୁ ତିନି ରାଜ୍ୟର ଗ୍ରାମବାସୀ ଦାବି କରିଛନ୍ତି । ଯଦି ଆସନ୍ତା 15 ଦିନ ମଧ୍ୟରେ ଉଦଘାଟନ କରାନଗଲେ ଗେଟ ଭାଙ୍ଗି ଯାନବାହନ ଚଳାଚଳ କରାଯିବ ବୋଲି ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି । ଆଜିର ଏହି ଧାରଣା ରେ ମାଲକାନଗିରି ସମ୍ମାନିତ ବିକାଶ ଉନ୍ନୟନ ପାରିଷଦ ର ପିଲୁର୍ବତନ ଅଧ୍ୟକ୍ଷ ଆଡମା ରାବା, କାମରାଜୁ କବାସୀ, ଓ ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଅଂଚଳ ବାସୀ । ଅଞ୍ଚଳବାସୀ ବର୍ତ୍ତମାନ ଦାବି କରିଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ ଏହା ପ୍ରତି କେତେ ଦୃଷ୍ଟି ଦେଇ ପାରୁଛନ୍ତି ଓ ସେତୁ ର ଉଦଘାଟନ କରିଛନ୍ତି ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଠାରେ ଧାରଣା

- Categories: Uncategorized, ଓଡ଼ିଶା, ହୋମ୍
Related Content
ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା...
by
Proprietor Abhimanyu Maharana
September 7, 2026
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026