ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ପକ୍ଷରୁ ଛତୁ ମଞ୍ଜି ଓ ଟ୍ରେ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ପକ୍ଷରୁ ୩ ଟି ପଞ୍ଚାୟତ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଛତୁ ମଞ୍ଜି ଓ ଟ୍ରେ ବଣ୍ଟନ କରାଯାଇଛି।ଉଦ୍ୟାନ କୃଷି ସମ୍ପ୍ରସାରଣ ଅଧିକାରୀ ଅଜିତ୍ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଛତୁ ମଞ୍ଜି ଓ ଟ୍ରେ ବଣ୍ଟନ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ,କିଶୋର ଚନ୍ଦ୍ର କଳସ, ଦୁରୁଦୁରା ପଞ୍ଚାୟତ ଏମ୍ ବି କେ ରୁନୁବାଳା ମହାନ୍ତି,

ବଡ଼ଗୋଠ ପଞ୍ଚାୟତ ପ୍ରୋଜେକ୍ଟ ମ୍ୟାନେଜର ସ୍ନେହା ସେନାପତି,ବିଭୂତି ଭୂଷଣ ପ୍ରଧାନ,ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଛତୁ ମଞ୍ଜି ଓ ଟ୍ରେ ବଣ୍ଟନ କରିଥିଲେ। କରୋନା ମହାମାରୀ ସମୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟ ନେଇ ଛତୁ ମଞ୍ଜି ଓ ଟ୍ରେ ବଣ୍ଟନ କରାଯାଇଥିବା ଉଦ୍ୟାନ କୃଷି ସମ୍ପ୍ରସାରଣ ଅଧିକାରୀ ଅଜିତ୍ କୁମାର ନାୟକ କହିଛନ୍ତି। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ /ନୟାଗଡ ଜିଲ୍ଲା ନୂଆଗାଁ )

Exit mobile version