ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା 19.2.2020 :- ଆଇନ ପ୍ରଣୟନ ପାଇଁ ଗୃହରେ ଆଗତ ହୋଇଥିବା ଜଗତଗୁରୁ କୃପାଳୁ ବିଶ୍ୱ ବିଦ୍ୟାଳୟ, ଓଡ଼ିଶା ବିଲ୍ – ୨୦୨୦ ପାରିତ ହୋଇଯାଇଛି । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବିଲ୍ ଗୃହରେ ଆଗତ କରିଥିଲେ । ଆଜି ଦ୍ୱିତୀୟାର୍ଦ୍ଧ ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷରେ ଏହି ବିଲ୍ ଉପରେ ଅଧିକ ତର୍ଜମା କରିବା ପାଇଁ ଯାଂଚ କମିଟିକୁ ପଠେଇବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଂଶୋଧନ ପ୍ରସ୍ତାବ ଆଣିଥିବା ବେଳେ ମୁଖ୍ୟ ବିରୋଧି ବିଜେପି ଦଳର ସଦସ୍ୟମାନେ ଏହି ତର୍ଜମା ପାଇଁ ଅଧିକ ସମୟ ବିଧାୟକ ମାନଙ୍କୁ ଦେବାକୁ ଦାବି କରିଥିଲେ । ଉଭୟଙ୍କର ଦାବି ସରକାର ଗ୍ରହଣ କରିନଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ବିଲ୍ରେ ବହୁ ଦୋଷ ତ୍ରୁଟି ରହିଛି । ସରକାର ତରବରିଆ ଭାବେ ବିଲ୍ଟିକୁ ପାରିତ କରିବାକୁ ଚାହୁଁଛନ୍ତି । ଏହି ବିଲ୍ ପାଶ୍ କରାଗଲେ କୋର୍ଟରେ ଖାରଜ ହୋଇଯିବ । ଇତି ମଧ୍ୟରେ ରାଜ୍ୟ ସରକାର ଅନେକ ଗୁଡ଼ିଏ ବିଲ୍ ତରବରିଆ ଭାବେ ପାଶ୍ କରାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ହାଇକୋର୍ଟ, ସୁପ୍ରିମ୍କୋର୍ଟରେ ଖାରଜ ହୋଇଯାଇଥିଲା । ଏହି ବିଲ୍ ସେହିଭଳି ନ ହେଉ । ତେଣୁ ଏହା ଉପରେ ଅଧିକ ଅନୁଧ୍ୟାନ କରିବା ପାଇଁ ଆଲୋଚନା ବା ପର୍ଯ୍ୟାଲୋଚନା କରିବା ପାଇଁ ଯାଂଚ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ । ବାଚସ୍ପତି ତାକୁ ଗ୍ରହଣ କରିନଥିଲେ ।
ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ

- Categories: Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
by
Proprietor Abhimanyu Maharana
September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ
by
Proprietor Abhimanyu Maharana
September 6, 2026
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ
by
Proprietor Abhimanyu Maharana
September 6, 2026
ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ
by
Proprietor Abhimanyu Maharana
September 6, 2026
ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ
by
Proprietor Abhimanyu Maharana
September 6, 2026
୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ
by
Proprietor Abhimanyu Maharana
September 6, 2026