୨୩ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ବାଘାଯତୀନ ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ରାଲି

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ବାଲେଶ୍ୱର :- ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ବିଜାପୁର ସୀମାରେ ନକ୍ସଲ ଙ୍କ ସହ ଗୁଳି ବିନିମୟ ରେ ସହିଦ ହୋଇଥିବା 23 ଜଣ ଯବାନଙ୍କ ଉଦ୍ଦେଶ୍ୟ ରେ ଆଜି ବାଘାଯୋତୀନ ସଂଗଠନ ର ସମସ୍ତ କର୍ମ କର୍ତ୍ତା ଫୁଲାଡି ଛକରେ ଥିବା କାନାଡ଼ା ବ୍ୟାଙ୍କ ଠାରୁ ଆରମ୍ଭ କରି ଫୁଲାଡ଼ି ମାର୍କେଟ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ରାଲି ର ପଦ ଯାତ୍ରା ପ୍ରସ୍ତୁତ କରିଥିଲେ l ଏଥିରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଅଂଶଗ୍ରହଣ କରିଥିଲେ ସମସ୍ତଙ୍କ ଆଖିରେ ଲୁହ ତଥା ଛାତିର କୋହ କୁ ଚାପି ରଖି ସରକାରଙ୍କ ଉଦ୍ଦେଶ୍ୟ ରେ ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ନ ଯାଉ ତାହା କାମନା କରିଥିଲେ l

ବାଘାଯତୀନ ସଂଗଠନ କର୍ମ କର୍ତ୍ତା ମାନଙ୍କର ଏ ଭଳି ଦେଶପ୍ରେମ ତଥା ରାଷ୍ଟ୍ର ପୁରୁଷ ମାନଙ୍କ ପ୍ରତି ଭଲପାଇବା, ସ୍ନେହ ମମତା କୁ ଦେଖି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀ ମାନେ ସମସ୍ତ କର୍ମକତ୍ତା ଙ୍କୁ ଭୁରୀ ଭୁରୀ ପ୍ରସଂଶା କରିଥିଲେ l ସବୁଠୁ ବଡ କଥା ହେଉଛି ଉକ୍ତ କ୍ୟାଣ୍ଡେଲ୍ ରାଲି ରେ ଯୋଗ ଦେଇଥିବା ସମସ୍ତ କର୍ମ କର୍ତ୍ତା ତଥା ସ୍ଥାନୀୟ ବାସିନ୍ଦା କରୋନା କଟକଣା କୁ ଆଖି ଆଗରେ ରଖି ସମସ୍ତ ନିୟମ କୁ ପାଳି ଥିଲେ ସମସ୍ତ ଙ୍କ ମୁହଁ ରେ ମାସ୍କ୍ ଥିଲା l ଏହି ପରି ଭାବରେ ଉକ୍ତ କ୍ୟାଣ୍ଡେଲ ରାଲି ସମାପ୍ତ ହୋଇଥିଲା  (ଦୀପ୍ତିମାନ ପତି, ବାଲେଶ୍ୱର) 

Exit mobile version