ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ବାସନ୍ତ ଜେନା ନାମକ ଶାରୀରିକ ଅକ୍ଷମ ମହିଳାଙ୍କୁ ନିଜ ଘରେ କରୋନା ଟୀକା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଅନୁପମ ସାହା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଶାରିରୀକ ଅକ୍ଷମ, ବିକଳାଙ୍ଗ କିମ୍ବା ଅନ୍ୟ କୌଣସି କାରଣରୁ ଡାକ୍ତରଖାନା କିମ୍ବା କରୋନା ଟୀକାକରଣ କେନ୍ଦ୍ରକୁ ଆସି ନ ପାରିବା ଭଳି ବ୍ୟକ୍ତି ବିଶେଷଙ୍କୁ ସେମାନେ ରହୁଥିବା ନିଜ ଘରେ ଟୀକା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ ଅନୁଯାୟୀ ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡ ଗୋଷାଣୀ ଗ୍ରାମ ପଞ୍ଚାୟତର ଜଙ୍ଗଲପାଡୁ ଗ୍ରାମର ବସନ୍ତ ଜେନା

ନାମକ ଜଣେ ସମ୍ପୂର୍ଣ୍ଣ ଭାବେ ଶାରିରୀକ ଅକ୍ଷମ ମହିଳାଙ୍କୁ ତାଙ୍କ ଘରେ କରୋନା ଟୀକା ପ୍ରଦାନ କରାଯାଇଛି । ବସନ୍ତ ଜେନା ଚାଲି ପାରନ୍ତି ନାହିଁ । ତେଣୁ ସେ ଟୀକା ପ୍ରଦାନ କେନ୍ଦ୍ରକୁ ଯାଇ ପାରିବେ ନାହିଁ । ସ୍ୱାସ୍ଥ୍ୟ ଟିମ୍ ତାଙ୍କ ଘରେ ପହଞ୍ଚି ଏହି ଟୀକା ଦେଇଥିଲେ । ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଓ ସ୍ୱାସ୍ଥ୍ୟ ଟିମଙ୍କ ଦ୍ୱରା ଏହି ଟୀକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମହଲରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶଂସା କରାଯାଇଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version