କୋଭିଡ୍‌ ଦୃଷ୍ଟିରୁ ସ୍କୁଲରେ ନବମ ଓ ଏକାଦଶ ପାଠପଢ଼ା ବନ୍ଦ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ , ବୁଧବାର) ଭୁବନେଶ୍ୱର :- ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସ୍କୁଲକୁ ଚଳିତ ଅପ୍ରେଲ ୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି । ଏହି ସମୟରେ ବିଭିନ୍ନ ହଷ୍ଟେଲ୍‌ କିମ୍ବା ଆବାସିକ ବିଦ୍ୟାଳୟରେ ରହୁଥିବା ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ଘରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି ।

ଆବଶ୍ୟକ ସ୍ଥଳେ ଅନ୍‌ଲାଇନ୍‌ରେ ପାଠ ପଢ଼ା ଚାଲୁ ରଖାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ । କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଚଳିତ ଅପ୍ରେଲ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବପରି ଜାରି ରହିବ । ୨୦୨୧ ମଇ/ଜୁନ୍‌ ମାସରେ ଉଭୟ ଶ୍ରେଣୀ ପିଲାମାନେ ବୋର୍ଡ/କାଉନ୍‌ସିଲ୍‌ ପରୀକ୍ଷା ଦେବେ ଏବଂ ତାହାକୁ ଦୃଷ୍ଟିରେ ରଖି ପାଠପଢ଼ା ଅବ୍ୟାହତ ରହିଲେ ମଧ୍ୟ ବିଦ୍ୟାଳୟ ଓ ହଷ୍ଟେଲ୍‌ମାନଙ୍କରେ ମାସ୍କ ପରିଧାନ, ହାତ ଧୁଆ, ସାମାଜିକ ଦୂରତା ବଜାୟ ରଖିବା ପରି କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନକୁ ସୁନିଶ୍ଚିତ କରାଯିବ ।  

Exit mobile version