ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଦିଆନଙ୍କ ‘ଉତ୍କଳିକା’ ପରିଦର୍ଶନ

 ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ , ବୁଧବାର)  ଭୁବନେଶ୍ୱର :- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଓଡ଼ିଶା ରାଜ୍ୟ ସମବାୟ ହ ସ୍ତଶିଳ୍ପ ନିଗମ ଲିଃ (ଉତ୍କଳକି ।) ପରିଦ ର୍ଶନ ରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀମତୀ ଦିଆନ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ‘ଉତ୍କଳିକା’ର ବିଭିନ୍ନ ଶାଖାର କ୍ରୟ ଓ ବିକ୍ରୟର ସମୀକ୍ଷା କରିଥିଲେ । ‘ଉତ୍କଳିକା’ ଶାଖାର ନବୀକରଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟର କାରିଗରମାନଙ୍କଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିପରି ସୁଚାରୁ ରୂପେ କ୍ରୟ ହୋଇ ବିଭିନ୍ନ ଶାଖାରେ ବିକ୍ରୟ ହୋଇପାରିବ ସେ ସମ୍ବନ୍ଧରେ ମଧ୍ୟ ମନ୍ତ୍ରୀ ଶ୍ରୀମତୀ ଦିଆନ ଆଲୋଚନା କରିଥିଲେ ।

ଆଉ ମଧ୍ୟ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀ ଆଲେ ।ଚନା କରିଥିଲେ । ଏହି ଅବ ସର ରେ ‘ଉତ୍କଳିକା’ର ପରିଚାଳନା ନୀର୍ଦ୍ଦେଶିକା ଶ୍ରୀମତୀ ସ୍ୱୟଂପ୍ରଭା ମୁଦୁଲି ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ବ୍ୟବସାୟିକ ଭିତ୍ତିରେ ସଂଗଠିତ କରି କ୍ରୟ କରିବା, ରାଜ୍ୟ ତଥା ରାଜ୍ୟ ବାହାରେ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ନିଜସ୍ୱ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିକି୍ର କରିବା, କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ଆଦି ‘ଉତ୍କଳିକା’ର ମୁଖ୍ୟ ଲକ୍ଷ୍ୟ ।

ଏହି ନିଗମର ୧୪ଟି ବିକ୍ରୟ ଶାଖା ଓ ୩ଟି କଞ୍ଚାମାଲ କେନ୍ଦ୍ର ଅଛି । ରାଜ୍ୟ ବାହାରେ ନୂଆଦିଲ୍ଲୀ, ପୁନେ, କୋଲକାତା, ହାଇଦ୍ରାବାଦ୍‌, ବେଙ୍ଗାଲୁରୁ, ମୁମ୍ବାଇଠାରେ ବିକ୍ରୟ ଶାଖା ରହିଛି । ସେହିପରି ରାଜ୍ୟ ଭିତରେ ଭୁବନେଶ୍ୱର, ଭୁବନେଶ୍ୱର ବିମାନବନ୍ଦର, ପୁରୀ, ରାଉରକେଲା, କଟକ, ସମ୍ବଲପୁର, ଜୟପୁର ଓ ଅନୁଗୋଳଠାରେ ‘ଉତ୍କଳିକା’ର ବିକ୍ରୟ କେନ୍ଦ୍ର ରହିଛି । ପିପିଲି (ଚାନ୍ଦୁଆ), କଣ୍ଟିଲୋ (କଂସାପିତ୍ତଳ), ମଞ୍ଚେଶ୍ୱର (ପଥର, ଟସର, ତାଳପତ୍ର) ଠାରେ କଞ୍ଚାମାଲ କେନ୍ଦ୍ର ରହିଛି ।  

Exit mobile version