ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସ ୧୦ରୁ ଜିଲ୍ଲାରେ ସକାଳୁଆ ଅଫିସ , ଜୁନ ୧୫ ପର୍ଯ୍ୟନ୍ତ ଚାଲିବ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ବାରିପଦା :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ୧୦ରୁ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ କାର୍ଯ୍ୟ କରିବ। ଆଗାମୀ ଜୁନ ମାସ ୧୫ ପର୍ଯ୍ୟନ୍ତ ସକାଳ ୭ରୁ ଦିନ ଗୋଟିଏ ପର୍ଯ୍ୟନ୍ତ ସରକାରୀ ଅଫିସ କାର୍ଯ୍ୟ କରିବା ନେଇ ଆଜି ଜିଲ୍ଲା

ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଅବଧି ମଧ୍ୟରେ ସରକାରୀ କାର୍ଯ୍ୟ ଦିବସ ଗୁଡ଼ିକରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କୌଣସି ମଧ୍ୟାହ୍ନ ଭୋଜନ ବିରତି ରହିବ ନାହିଁ ବୋଲି ସୂଚନା ଦିଆଯାଇଛି ।   (ରିପୋର୍ଟ -ଦୀପ୍ତିମାନ ପତି  )

Exit mobile version