କୋକନରାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ପଦ୍ମପୁର :-  ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୋକନରା ଗ୍ରାମ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରେକୃଷ୍ଣ ଚନନ୍ଦଙ୍କ ସଭାପତିତ୍ବରେ କୋଭିଡ – ୧୯ ଗାଇଡଲାଇନ ପାଳନ ପୂର୍ବକ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ଯ ଅତିଥି ରୂପେ ଅବସରପ୍ରାପ୍ତ ତହସିଲଦାର ଶ୍ରୀ ରାଜେନ୍ଦ୍ର ରାଉତ,ସମ୍ମାନିତ ଅତିଥି ରୂପେ ଏବିଇଓ ଶିବପ୍ରସାଦ ଯୋଶୀ,ପ୍ରେମାନନ୍ଦ ବାରିକ ଯୋଗ ଦେଇଥିଲେ ଏବଂ ମୋ ସ୍କୁଲ ଅଭିଯାନ ଉପରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ ।

ସଭାକୁ ପରିଚାଳନା କରିଥିଲେ ଡୋଲାମଣି ମାହାର । କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ପ୍ରଧାନ ଶିକ୍ଷକ ଚକ୍ରଧର ଅଦାବର,ରାଜେନ୍ଦ୍ର ରାଉତ,କର୍ମୁ ବିଶ୍ବାଳ,ତପନ ବଢେଇ,ଦୟାନିଧି କୈବର୍ତ୍ତ,ଉଦରଗ ରାଉତ,କମଳ ସିଂ । କୋକନରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ଯ ବିଦ୍ୟାଳୟ ରୂପେ ଗ୍ରହଣ କରିଥିଲେ । ଶେଷ ରେ କେଦାର ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version