ବାପା ହେଲେ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ବାବୁସାନ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର ) ଭୁବନେଶ୍ୱର  :-  ବାପା ହେଲେ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ବାବୁସାନ ମହାନ୍ତି। ମଙ୍ଗଳବାର ପୁତ୍ର ସନ୍ତାନର ବାପା ହେଲେ ଓଲିଉଡ଼ ଷ୍ଟାର ବାବୁସାନ। ଓଲିଉଡର ସୁପର୍‌ହିଟ୍‌ ଯୋଡ଼ି ଉତ୍ତମ-ଅପରାଜିତାଙ୍କ ପୁଅ ବାବୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ପୁଅର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ଏନେଇ ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍‌ଓ ସୂଚନା ଦେଇଛନ୍ତି ସନ୍ଧ୍ୟା ୬ରୁ ୭ଟାରେ ମଧ୍ୟରେ ବାବୁସାନଙ୍କ ପୁଅ ହୋଇଥିବା ଖବର ଆସିଥିଲା । ଉଭୟେ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା ବେଳେ ଆସନ୍ତା ୨ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍‌ ଯାଇପାରିନାହାନ୍ତି କେବଳ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ବାବୁସାନ ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version