ଗଣମାଧ୍ୟମର ଚାପରେ ବାଙ୍କୀ ଡବଲ ମର୍ଡର ଘଟଣାରେ ଜଣକୁ ବାନ୍ଧିଲା ବାଙ୍କୀ ପୋଲିସ, କଟକ

କଟକ ଜିଲ୍ଲା ବାଙ୍କୀ, ଓଡିଶା ତାଜା ନିଉଜ ) ବାଙ୍କୀ 19-2-2020 :- କଟକ ଜିଲ୍ଲା ବାଙ୍କୀ ଖଜୁରୀପଦା ଜୋକଲାଞ୍ଜି ଡ୍ୟାମ ନିକଟରେ ଜଣେ ସରପଞ୍ଚ ସ୍ୱାମୀ ଓ ଜଣେ ସାମ୍ବାଦିକ ହତ୍ୟା ଘଟଣାରେ ହତ୍ୟାକାରୀଙ୍କ ପ୍ରତି ପୋଲିସ କୋହଳ ମନବୃତି ଦେଖାଇବା ନେଇ ଗଣମାଧ୍ୟମରେ ଖବର ପରେ ଖବର ପ୍ରକାଶ ପାଇଥିଲା, ଗାନ ମାଧ୍ୟମ ଚାପରେ ବାଧ୍ୟ ହୋଇ ଆଜି ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଚି, ଏହି ଡବଲ ମର୍ଡର ଘଟଣାର ୫ ଦିନପରେ ବହୁ ଚାପ ପରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ବାଙ୍କୀ ପୋଲିସ ବଳଭଦ୍ର ପ୍ରଧାନ ନାମକ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରି ବାହାବା ମାରୁଚି, ତେବେ ଉକ୍ତ ଡବଲ ମର୍ଡର ଘଟଣାରେ ୧୫ ରୁ ଉର୍ଧ ବ୍ୟକ୍ତି ସାମିଲ ଥିବା ନେଇ ମୃତ ଭଗବାନ ସ୍ବାଇଁ ମୃତ୍ୟୁ ପୂର୍ବରୁ ଦେଇଥିବା ମୃତ୍ଯକାଳୀନ ଜମାନବନ୍ଦୀ ରେ ଦେଖିବାକୁ ମିଳିଛି । ପୋଲିସ ୫ ଦିନ ପରେ ଜଣକୁ ଗିରଫ କରି ବସି ପଡିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଏବେ ପୋଲିସ କୁ ଖାତିର ନକରି ଖୋଲା ଆକାଶ ତଳେ ଘୁରି ବୁଲି ଅଭିଯୋଗ କାରୀଙ୍କୁ ଖୁଲମଖୁଲା ପରୋକ୍ଷରେ ଧମକ ଦେଉଛନ୍ତି,

ଏବେବି ଗ୍ରାମରେ ଉତ୍ତେଜନା ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି, ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନଥିବା ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବା ସହ ସେମାନଙ୍କୁ ଆଗୁଆ ଜାମିନ ହେବାର ସୁଯୋଗ ପୋଲିସ ଦେଉଛିବୋଲି ଅନୁରୂପ ଅଭିଯୋଗ ହେଇଚି, କଣ ପାଇଁ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଉଛି ତାହା ସମସ୍ତଙ୍କୁ ଚକିତ କରିଚି, । ଅନ୍ୟପଟେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ତୁରନ୍ତ ଗିରଫ ନକଲେ ଆଗାମୀ ଦିନରେ ବାଙ୍କୀ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି, ତେବେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଆଗକୁ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ରହିଲା ।

Exit mobile version