ଆନ୍ଦୋଳନ ପରେ ଜଗଦଳପୁର ଅଞ୍ଚଳ ଲୋକେ ଖୁସି ; ଜାନିବିଲି ପାଣି ଶୋଷ ମେଣ୍ଟାଇବା ପାଇଁ ଫିଟିଲା ରାସ୍ତା

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) କୁକୁଡାଖଣ୍ଡି :-  ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ରେ ଦୀର୍ଘଦିନର ପାଣି ସମସ୍ୟା ରହିଥିବା ବେଳେ ବାରମ୍ବାର ପାଣି ଅଭିଯୋଗ ହୋଇଆସୁଥିଲା । ଏହି ସମସ୍ୟାର ସମାଧାନ କରିବାରେ ବିଳମ୍ବ ହୋଇ ରହିଥିବା ଯୋଗୁଁ ଯୁବ ପିଢ଼ିଙ୍କ ଆହ୍ୱାନ ରେ ଶତାଧିକ ମହିଳା ମାନଙ୍କ ହାଣ୍ଡି ଯାତ୍ରା ଜାନିବିଲି ପାଣି ପାଇଁ ଗ୍ରାମ ମୁଖ୍ୟରାସ୍ତା ପାଶ୍ୱର୍ ରେ ନିର୍ମାଣାଧିନ କୋଠା ପାଖରେ ରାସ୍ତାରୋକ ସହ ଟାୟାର ଜାଳି ପ୍ରତିବାଦ କରିଥିବା ବେଳେ ପ୍ରଶାସନ ଦୌଡ଼ି ଆସି ପାଣି ଯୋଗାଇ ଦେବା ମୌଖିକ ଏବଂ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିିଥିଲା । ଆଜି ପ୍ରତିଶୃତି ପୂରଣ କରିବା କୁ ନେଇ ଲୋକେ ଖୁସୀ ଜାହିର କରିଛନ୍ତି ପୂର୍ବ ରୁ ଏଲ.ଏନ.ଟି ଠିକା କମ୍ପାନୀ ଯେଉଁ ଅଞ୍ଚଳ ରେ ଖନନ କରି ପାଇପ ବିଛାଇଥିଲା

ସେହି ଅଞ୍ଚଳ କୁ ପାଣି ଜଗାଇନଥିଲା ଧାରଣା ପରେ ସେହି ଅଞ୍ଚଳରେ ତାହାକୁ ପୁନର୍ବାର ଖନନ କରି ବଡ଼ ପାଇପ କୁ ଗର୍ତ୍ତ କରି ସେଥିରେ ଜଗଦଳପୁର ଅଞ୍ଚଳ ପାଇଁ ନୂତନ ପାଇପ ଜଡିତ କରି ଭଣ୍ଡାରୀ ସାହି ସ୍ଥିତ ବସୁଧା ଯୋଜନାର ପାଣି ଟାଙ୍କି କୁ ଯୋଗାଇ କାର୍ୟ୍ୟକାରୀ କରିଥିଲା । ପାଣି କିଛି ବର୍ଷ ପାଇଁ ଅସୁବିଧା ନଥିବା ଗ୍ରାମୀଣ ଜଳ ଯୋଗାଣ ଅତିରିକ୍ତ ନିର୍ଭହି ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା କହିଛନ୍ତି ଏବଂ ସ୍ଥାୟୀ ଭାବେ ଏକ ପାଣି ଟେଙ୍କ ଆସନ୍ତା ଦିନମାନଙ୍କ ରେ ୧କୋଟି ୪୩ ଲକ୍ଷ ୩୪ହଜାର ଟଙ୍କା ରେ ନୂତନ ନିର୍ମାଣ ମଞ୍ଜୁରୀ ପ୍ରଶାସନ ଓ ଠିକାଦାର ସହ ଚୁକ୍ତି ହୋଇଥିବା ସମ୍ପ କାର୍ୟ୍ୟ ପାଇଁ ଦିନ ଧାର୍ୟ୍ୟ ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି ।ରିପୋର୍ଟ : ଶେଷଦେବ ସାହୁ )

Exit mobile version