୨୪ ଘଣ୍ଟାରେ ବାଲେଶ୍ୱର ରେ ୧୩ ଜଣ ଓ ମୟୁରଭଞ୍ଜରେ ୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ବାଲେଶ୍ୱର :-  ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୫୮୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୨ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୨୪୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି |

ମିଳିଥିବା ସୂଚନା ମୁତାବକ ଆଜି ବାଲେଶ୍ୱରରେ ୧୩ ଜଣ ଓ ମୟୁରଭଞ୍ଜରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୩,୮୫୬। ଏମାନଙ୍କ ଭିତରୁ ସୁସ୍ଥ ହେଲେଣି ୩, ୩୮, ୧୫୦। ଏବେ ବି ୩୭୩୧ଜଣ ସକ୍ରିୟ ଅଛନ୍ତି । (ରିପୋର୍ଟ  – ଦୀପ୍ତିମାନ ପତି )

Exit mobile version