ବରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା କୁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ବରଗଡ଼ :- ବରଗଡ଼ ସା°ସଦ ସୁରେଶ ପୂଜାରୀ ଆଜି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାଶଙ୍କୁ ଭେଟି ବରଗଡ଼ ଜିଲ୍ଲା ରେ ଅବହେଳିତ ହୋଇ ପଡ଼ି ରହିଥିବା ଯୋଜନା ଗୁଡିକ ତ୍ବରାନ୍ବିତ କରିବାକୁ ଦାବି କରିଥିଲେ । ସେହିପରି କେତେକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ର ପଦ୍ମପୁର ଉପଖଣ୍ଡର ଲଖମରା ନିକଟରେ ଅଙ୍ଗ ନଦୀ ଉପରେ ଏକ ହାଇ ଲେବଲ ବ୍ରିଜ ନିର୍ମାଣ , ଯଦ୍ବାରାକି ଝାରବନ୍ଧ ଓ ପାଇକମାଳ ବ୍ଲକ୍ ର ବିଭିନ୍ନ ଗ୍ରାମବାସୀ ମାନେ

ଛତିଶଗଡ଼ ସୀମାରେ ଥିବା ଗ୍ରାମ ଗୁଡିକକୁ ସହଜରେ ଯାତାୟାତ କରି ପାରିବେ । ବରଗଡ଼ ସହର ନିକଟରେ ପ୍ରବାହିତ ଜୀରା ନଦୀ ଉପରେ ଏକ ଆନିକଟ ନିର୍ମାଣ ସହ ଜାତୀୟ ରାଜପଥ ୫୩ରୁ ନଦୀ କଡ଼ରେ ରି° ରୋଡ଼ ନିର୍ମାଣ, ଜିଲ୍ଲା ର ଅଣ ଜଳ ସେଚିତ ଅଞ୍ଚଳ ପଦ୍ମପୁର ଉପଖଣ୍ଡ, ଅମ୍ଭାଭୋନା, ଭଟଲି ବ୍ଲକ ର ଚାଷୀ ମାନେ ଗଭୀର ନଳକୂପ ଖନନ ପାଇଁ ଟଙ୍କା ଜମା କରିଥିଲେ ମଧ୍ୟ ସେଚ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହୋଇ ପାରୁ ନଥିବାରୁ ଏହା ଶିଘ୍ର କାର୍ଯ୍ୟକାରି କରିବାପାଇଁ ଆଲୋଚନା କରିଥିଲେ । ସାଂସଦ ଙ୍କ ସହିତ ବରଗଡ଼ ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version