ରଣପୁର ରେ ଲତାର ମହାବୀର କିକ୍ରେଟ୍ କପ୍ ଉଦଯାପିତ – ଚମ୍ପିୟାନ ବ୍ରଜରାଜପୁର ଟିମ୍

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଲତାର ମହାବୀର୍ କିକ୍ରେଟ କପ୍ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ବ୍ରଜରାଜପୁର ଓ ମଙ୍ଗରାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବ୍ରଜରାଜପୁର ପ୍ରଥମ ବ୍ୟାଟିଂ ରେ ୧୪୭ ରନ ସଂଗ୍ରହ କରିଥିଲେ ।

ମଙ୍ଗରାଜପୁର ୮୭ ରେ ଅଲ୍ ଆଉଟ୍ ହୋଇ ଯାଇଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରୟଣ ପ୍ରଧାନ , ସମ୍ମାନିତ ଅତିଥି ରଣପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ଚଳଚ୍ଚିତ୍ର ପ୍ରଯୋଜିକା ପ୍ରତିଭା ମହାନ୍ତି , ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର , ଏନେସି ଅଧିକାରୀ ତାପସ ବିଶି , ବନମାଳୀ ମହାପାତ୍ର ଇତ୍ୟାଦି ଯୋଗ ଦେଇଥିଲେ ।

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ କି ରଣପୁର ଏନେସି ପକ୍ଷରୁ ବ୍ରଜରାଜ ପୁର ଖେଳ ପଡିଆ କୁ ମିନି ଷ୍ଟାଡିୟମ ଭାବେ ମାନ୍ୟତା ପ୍ରଦାନ କରିବା ପାଇଁ ଏବଂ ପୁନର୍ବାର ମିନି ଷ୍ଟାଡିୟମ ଭାବେ ମାନ୍ୟତା ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଏଥିସହିତ ସମସ୍ତ ଖେଳାଳି ଙ୍କୁ କ୍ରୀଡା ପ୍ରତି ଆଗ୍ରହ ଓ ସେମାନଙ୍କୁ କ୍ରୀଡା ପ୍ରତି ନୂତନ ଦିଶା ଦେଖାଇଥିଲେ । ବିଧାୟକ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତ ଦାୟିତ୍ଵ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହ ତାପସ ବିଶି ମଧ୍ୟ ଏହି ବ୍ରଜରାଜପୁର ପଡିଆ ଇନ୍ ଡୋର ଷ୍ଟାଡିୟମ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

ଚମ୍ପିୟାନ ବ୍ରଜରାଜପୁର ଟିମ୍ କୁ ଟ୍ରଫି ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଛଅ ହଜାର ଟଙ୍କାର ଚେକ୍ , ପ୍ରଦାନ କରିଥିଲେ । ମଙ୍ଗରାଜପୁର ଟିମ୍ କୁ ୪୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ବି .କେ ଜଗଦେବ ଓ କାର୍ତ୍ତିକ ଜେନା ଖେଳ ପରିଚାଳନା କରିଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ବ୍ରଜରାଜପୁର ଦଳର ମାନସ ପଲେଇ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

 

Exit mobile version