କଟକ ନଗର କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୂତ ଦର ବୃଦ୍ଧି ବିରୋଧରେ ବିଦ୍ୟୁତ୍ କାର୍ଯ୍ୟ।ଳୟ ଘେରାଉ

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର )  କଟକ :- ଦିନକୁ ଦିନ ଟାଟା ପାୱାର ବିରୋଧରେ ଜନ ଅସନ୍ତୋଷ ଵୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ କରୋନା ଯୋଗୁଁ ରୋଜଗାର କମି ଯାଉଥିବା ବେଳେ,ଟାଟା ପାୱାର କମ୍ପାନୀର ବିଦ୍ୟୁତ୍ ବିଲ୍ ବୃଦ୍ଧି, ଲୋକମାନଙ୍କ ସମସ୍ୟାକୁ ଦୁଇଗୁଣିତ କରିଛି । ଏହାର ପ୍ରତିବାଦରେ ଆଜି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ, ବିଦ୍ୟୂତ କାର୍ଯ୍ୟ।ଳୟ ଘେରାଉ କରାଯାଇଥିଲା ବେଳେ, କଟକ ନଗର ଯୁବ କଂଗ୍ରେସ ପକ୍ଷରୁ , କଟକ ରାଣୀହାଟସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ,ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକତ୍ରିତ ହୋଇ, ଶୋଭାଯାତ୍ରାରେ ଯାଇ , କମ୍ପାନୀର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ, ସରକାର ଏବଂ ଟାଟା କମ୍ପାନୀର ମଧୁଚନ୍ଦ୍ରିକା ଯୋଗୁଁ କଟକ ସହରବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ବିଦ୍ୟୁତ୍ ବିଲ୍ ବୃଦ୍ଧି, ଅନ୍ୟପଟେ ସହରରେ ବାରମ୍ବାର ବିଦ୍ୟୁତ୍ କାଟ୍ ପାଇଁ, ଜନସାଧାରଣଙ୍କୁ ଗରମ ଠାରୁ ଆହୁରି ଅସହ୍ୟ କଲାଣି । ପିଲାମାନଙ୍କ ପାଠପଢା ଏବଂ ପରୀକ୍ଷା ଚାଲୁଥିବା ବେଳେ ସହରରେ ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଉଛି । ତାହାଛଡା ବିଦ୍ୟୁତ୍ ବିଲ୍ ବି ସରକାର ମନଇଚ୍ଛା କମ୍ପାନୀ ମାଧ୍ୟମରେ ବଢାଇ ଦେଇଛନ୍ତି ।

ଯଦି ଏହି ବିଲ୍ କୁ ପ୍ରତ୍ୟାହାର କରା ନ ଯାଏ ତେବେ ଆଗକୁ ବିରାଟ ଆନ୍ଦୋଳନ ର ଚେତାବନୀ ଦେଇଛି କଂଗ୍ରେସ । ଏହି ବିକ୍ଷୋଭ ସମାବେଶରେ କଟକ ବାରବାଟି କଂଗ୍ରେସର ସଭାପତି ସନ୍ତୋଷ ପାତ୍ର, ଚୌଦ୍ୱାର କଟକ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ରାଉତ, କଟକ ସଦର ଯୁବ କଂଗ୍ରେସ ସଭାପତି ଯନାର୍ଦ୍ଦନ ପରିଡ଼ା,କଟକ ନଗର ଜିଲ୍ଲା ସଭାପତି ବିକି ଚକ୍ରବର୍ତ୍ତୀ, ସୁରଜିତ୍ ସାହୁ ପ୍ରମୁଖ ଯୋଗ ଦେଇ ସରକାର ଏବଂ ଟାଟା ପାୱାର କମ୍ପାନୀର ମନମାନିକୁ ତୀବ୍ର ସମାଲୋଚନା କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version