ପଲ୍ଲୀପ୍ରଭା ଯୁବ ପରିଷଦ ତରଫରୁ ଆୟୋଜିତ “ରାତ୍ର ଧମାକା” କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର )  ଭୁବନେଶ୍ୱର /ବଇଁଚୁଆ  :-  ଭୁବନେଶ୍ୱର ଉପକଣ୍ଠ ବଇଁଚୁଆ ଗ୍ରାମରେ ସ୍ଥାନୀୟ ପଲ୍ଲୀପ୍ରଭା ଯୁବ ପରିଷଦ ଆନୁକୂଲ୍ୟରେ ଚଳିତ ମାସ ୨ ଓ ୩ ତାରିଖ ୨ ଦିନ ଧରି ଆୟୋଜିତ ପ୍ରଥମ “ରାତ୍ର ଧମାକା” କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଗ୍ରାମର ୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ‘ସୁଟିଂ ଷ୍ଟାର’ ଦଳ ବିଜେତା ଏବଂ ‘ସନ୍‌- ୧୧ ଟାଇଗର’ ଉପ ବିଜେତା ହୋଇଥିଲେ ।

ଯୁବ ଖେଳାଳୀ ମଧୁର ସାହୁ ‘ ମାନ୍‌ ଅଫ୍ ଦ ସିରିଜ୍‌’ ଏବଂ ଫାଇନାଲ ମ୍ୟାଚ୍‌ରେ ପ୍ରମୋଦ ଜେନା ‘ମ୍ୟାନ୍ ଅପ୍‌ ଦି ମ୍ୟାଚ୍‌’ ଘୋଷିତ ହୋଇଥିଲେ । ଶ୍ରେଷ୍ଠ ବ୍ୟାଟ୍‌ସ ମ୍ୟାନ୍ ଭାବେ ଚନ୍ଦନ ଭୋଇ ଏବଂ ଶ୍ରେଷ୍ଠ ବୋଲର ଭାବେ ଅଶୋକ ସାହୁ କପ୍ ଜିତିଥିଲେ । ଯୁବ ପରିଷଦର ସଭ୍ୟ ପ୍ରଦୀପ୍ତ ସାହୁ (ଟୁଲା) ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ବେଳେ ପ୍ରଥମ ଦିନ ଯୁବ ପରିଷଦର ଉପଦେଷ୍ଟା ଜନାର୍ଦ୍ଦନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପରିଷଦର ବରିଷ୍ଟ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଯୁବ ପରିଷଦର ପ୍ରତିଷ୍ଠାତା ଚୈତନ୍ୟ ସାହୁ ଓ ଲକ୍ଷ୍ମୀଧର ସାହୁ ପ୍ରତୀକାତ୍ମକ ଭାବେ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ କରି ମ୍ୟାଚ୍ ଆରମ୍ଭ କରିଥିଲେ । ଯୁବ ପରିଷଦର ସଭ୍ୟ ସରୋଜ କୁମାର ସାହୁ ଉଦ୍‌ଘାଟନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ସାହୁ ଓ ପ୍ରଫୁଲ୍ଲ କୁମାର ସାହୁ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଶେଷରେ ସୁଟିଂ ଷ୍ଟାର ଟିମ୍‌ର ଅଧିନାୟକ ଟୁନିଆ ସାହୁ ଓ ସନ୍‌-୧୧ ଟିମ୍‌ର ଅଧିନାୟକ ସୂର୍ଯ୍ୟକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version