କଟକ ମଙ୍ଗଳାବାଗରେ ଥିବା ଅନ୍ନପୂର୍ଣ୍ଣା ନସିଂହୋମଟି ଚାଲିଥିଲା – ବିନା ଡାକ୍ତରରେ

ଆଶ୍ଚର୍ଯ୍ୟ କଥା ଯେ ରେଡ୍ ସମୟରେ ସେହି ନସିଂହୋମରେ ଜଣେ ବି ଡାକ୍ତର ନ ଥିଲେ ।  ନଅଟି ଆଇସିୟୁ ବେଡ୍ ଓ ୧୬ଟି ସାଧାରଣ ବେଡ଼ ଥିବା ଏହି ନସିଂହୋମଟି ଚାଲିଥିଲା ବିନା ଡାକ୍ତରରେ ।

ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) କଟକ  :- ଏକ ଘରୋଇ ହସପିଟାଲରେ ଦୁଇ ଦିନ ହେଲା ଜଣେ ରୋଗୀଙ୍କ ମୃତ୍ୟୁ ଘଟି ସାରିବା ପରେ ବି ତାଙ୍କ ପରିବାର ଲୋକଙ୍କୁ ଏ ତଥ୍ୟ ନ ଜଣାଇ ଶବକୁ ଚିକିତ୍ସା କରିବା ବାହାନାରେ ଟଙ୍କା ରୋଜଗାର କରୁଥିବା ପରି ସାଙ୍ଘାତିକ ଅଭିଯୋଗ ଆସିଛି ହସପିଟାଲ୍‌ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ । କୌଣସି ସିନେମାର କାହାଣୀ ପରି ମନେହେଉଥିବା ଏହି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ଚିକିତ୍ସା ହବ୍ ଭାବେ   ଏ ସଂକ୍ରାନ୍ତରେ ନିର୍ଦ୍ଧିଷ୍ଟ ଅଭିଯୋଗ ପାଇ କଟକ ମଙ୍ଗଳାବାଗରେ ଥିବା ଅନ୍ନପୂର୍ଣ୍ଣା ନସିଂହୋମରେ ସୋମବାର ଦିନ ଏକକାଳୀନ ରେଡ୍ କରିଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ କମିଶନରେଟ ପୋଲିସର ଦୁଇଟି ଟିମ୍‌ । ସେମାନଙ୍କ ଯାଞ୍ଚରୁ ଏହି ଅଭିଯୋଗ ସତ ପ୍ରମାଣିତ ହୋଇଥିଲା । ଆଶ୍ଚର୍ଯ୍ୟ କଥା ଯେ ରେଡ୍ ସମୟରେ ସେହି ନସିଂହୋମରେ ଜଣେ ବି ଡାକ୍ତର ନ ଥିଲେ । ନଅଟି ଆଇସିୟୁ ବେଡ୍ ଓ ୧୬ଟି ସାଧାରଣ ବେଡ଼ ଥିବା ଏହି ନସିଂହୋମଟି ଚାଲିଥିଲା ବିନା ଡାକ୍ତରରେ ।

ଅନ୍ନପୂର୍ଣ୍ଣା ନସିଂହୋମରେ ଜଣେ ଅନଭିଜ୍ଞ ଓ ଅଳ୍ପ ବୟସ୍କ ଫାର୍ମାସିଷ୍ଟଙ୍କ ଦ୍ବାରା ରୋଗୀ ଚିକିତ୍ସା ହେଉଥିବା ଜାଣିବାକୁ ପାଇଥିଲେ ରେଡ୍‌ କରିଥିବା ଦୁଇଟି ଟିମ୍‌ । ଏହି ନର୍ସିଂହୋମରେ ନା ଥିଲା ଆଇସିୟୁ ପରିଚାଳନା ପାଇଁ ଅନୁମତି ନା ନର୍ସିଂହୋମ୍‌ ଚଳାଇବା ପାଇଁ ଆବଶ୍ୟକୀୟ ଲାଇସେନ୍ସ । ନର୍ସିଂହୋମର ଫାୟର୍‌ ସେଫ୍ଟି ଲାଇସେନ୍ସ ବି ନ ଥିଲା । ଏହି ସବୁ ପ୍ରମାଣ ପାଇବା ପରେ ସେହି ନର୍ସିଂହୋମକୁ ସିଲ୍ କରିଛି ପୋଲିସ ।
‘‘ସେଠାରେ ଆମେ କୌଣସି ଡାକ୍ତରଙ୍କୁ ଦେଖିବାକୁ ପାଇଲୁ ନାହିଁ । କେଉଁ ଡାକ୍ତର ଏଠାକୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ତା’ର ବି କୌଣସି ଉତ୍ତର ସେମାନେ ଦେଇ ପାରିଲେ ନାହିଁ । ତେଣୁ ଆମେ ଏହି ନସିଂହୋମକୁ ସିଲ୍‌ କରିଛୁ । ଏଠି ଚିକିତ୍ସିତ ହେଉଥିବା ସବୁ ୧୨ ଜଣ ରୋଗୀଙ୍କୁ ଆମେ ଏସ୍‌.ସି.ବି.ରେ ଭର୍ତ୍ତି କରାଇବା ପାଇଁ ବ୍ୟବସ୍ଥା କରୁଛୁ,’’ କହିଛନ୍ତି ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଉମେଶ ରାୟ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version