ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମନ୍ତ୍ରୀ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର ୧୩୨/୩୩ କେ.ଭି.ର ଜି ଆଇ ଏସ ଗ୍ରିଡ ସବଷ୍ଟେସନ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) ଭୁବନେଶ୍ୱର ଏକାମ୍ର :- ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି. ଜେ.ବି ନଗର, ମଇଁସାଖାଲ ଠାରେ ଅପରାହ୍ନ ୫ ଘଟିକା ସମୟରେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମନ୍ତ୍ରୀ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର ୧୩୨/୩୩ କେ.ଭି.ର ଜି ଆଇ ଏସ ଗ୍ରିଡ ସବଷ୍ଟେସନ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ୮୫ କୋଟିର ଏହି ପ୍ରକଳ୍ପ ଦ୍ବାରା ବଡଗଡ, ବି ଜେ ବି ନଗର, କଳ୍ପନା ଅଞ୍ଚଳ, ସାମନ୍ତରାପୂର୍, ଲିଙ୍ଗିପୂର୍, ପୁରୁଣା ଭୁବନେଶ୍ୱର, ନାଗେଶ୍ଵର ଟାଙ୍ଗୀ, ଧାଉଳୀ ଏହି ସବୁ ଅଞ୍ଚଳରେ ବିଦ୍ୟୁତ୍ ବଣ୍ଟନ ରେ ଉନ୍ନତି ଘଟିବ

ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ଦାୟିତ୍ବରେ ଥିବା ଓ.ପି.ଟି.ସି.ଏଲ୍ ର ବରିଷ୍ଠ ଅଧିକାରୀ, ପୁର୍ବତନ ଡେପୁଟି ମେୟର କେ ଶାନ୍ତି, ପ୍ରତାପ ଜେନା, ବନ୍ଦନା ସାହୁ, ସମରେଶ ବେଉରା, ଅଜିତ୍ ବେହେରା, ସନ୍ତୋଷ ବେଜ, ସନ୍ତୋଷ ସିଂ, କୃଷ୍ଣ ଜେନା, ବୁଢ଼ା ପରିଡ଼ା ବହୁ ସ୍ଥାନୀୟ ବସି ପ୍ରମୁଖ ଉପସ୍ଥିତ ଥିଲେ।

 

Exit mobile version