ପଶ୍ଚିମ ଓଡିଶା ଓ୍ବେବ ମିଡିଆ ଏସୋସିଏସନ ର ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) ପଦ୍ମପୁର :- ଐତିହାସିକ ଗନ୍ଧମାର୍ଦ୍ଦନ ପାଦଦେଶର ନୃସିଂନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ପଶ୍ଚିମ ଓଡ଼ିଶା ଓ୍ବେବ ମିଡିଆ ଏସୋସିଏସନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ପଶ୍ଚିମ ଓଡିଶା ବରଗଡ,ବଲାଙ୍ଗିର, ସୋନପୁର, ବୌଦ୍ଧ,କଳାହାଣ୍ଡି,ନୂଆପଡା ,ସମ୍ବଲପୁର,ଝାରସୁଗୁଡ଼ା, ଦେବଗଡ ଆଦି ଜିଲ୍ଲାର ଓ୍ବେବ ମିଡିଆ ରେ କାର୍ଯ୍ଯରତ ସାମ୍ବାଦିକ ପ୍ରତିନିଧି ମାନେ ଯୋଗଦାନ କରିଥିଲେ । ପ୍ରଥମ ଅଧିବେଶନରେ ସର୍ବ ପ୍ରଥମେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋଚିତ୍ରରେ ମୁଖ୍ଯଅତିଥି ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପୁରୋଧା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲ । 

ସାମ୍ବାଦିକ ଦୁଷ୍ଯନ୍ତ ରାଉତରାୟଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଂଘର ସଭାପତି ଶ୍ରୀ ଅସିତ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀଧରେନ ମହାନ୍ତି ସଭା ସଞ୍ଚାଳନ କରିଥିଲେ । ପରିଚାଳନା କମିଟି ସଦସ୍ଯ ଓ ଜିଲ୍ଲା ପ୍ରତିନିଧି ତଥା ଅତିଥିଙ୍କୁ ସଂଘ ତରଫରୁ ଉପଢୌକନ ଓ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧନା ଞାପନ କରାଯାଇଥିଲା । ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର ପୁରୋଧା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ରୂପେ ଯୋଗଦାନ କରି ବୈଠକ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀ ପୁରୋହିତ ଯୋଗ ଦେଇ ଐତିହାସିକ ଗନ୍ଧମାର୍ଦ୍ଦନ ଆନ୍ଦୋଳନ – ନୃସିଂହନାଥ – ହରିଶଙ୍କର ମନ୍ଦିର ର ଐତିହ୍ଯ,ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଉପରେ ଦିଶା ଦେଇ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।

ଏଥି ସହ ବର୍ତ୍ତମାନ ସମାଜରେ ଓ୍ବେବ ମିଡିଆ ର ଦକ୍ଷତା ଓ ପ୍ରଭାବ ଉପରେ ମତାମତ ପ୍ରଦାନ କରି ସାଧାରଣ ଜନତାରେ ଏହା ପ୍ରଚାରର ମୁଖ୍ଯ ଭୂମିକା ରହିଥିବା ପରିପ୍ରକାଶ କରିଲେ । ଦ୍ବିତୀୟ ଅଧିବେଶନ ଉଦଯାପନୀ ସଭାରେ ଆୟୁର୍ବେଦ ମହାବିଦ୍ୟାଳୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ଯ ଭୂଷଣ ସାହୁ ଯୋଗଦାନ କରି ସାମ୍ବାଦିକ ମାନେ ନିରପେକ୍ଷତା ଅବଲମ୍ବନ କରି କାର୍ଯ୍ଯ କଲେ ଠିକ୍ ରୂପେ ମାର୍ଗ ଦର୍ଶନ କରି ସମ୍ବାଦ ପରିବେଷଣ କଲେ ସମାଜରେ ତାର ନିଶ୍ଚିତ ରୂପେ ପରିମାର୍ଜିତ ହୋଇ ପାରିବ ବୋଲି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ଆଇନ ପରାମର୍ଶଦାତା ଆଶୁତୋଷ ରଥ,ସାମ୍ବାଦିକ ବିଜୟ କୁମାର ଆଚାର୍ଯ୍ଯ,କୋଷାଧ୍ୟକ୍ଷ ସୁବାଷ ଦୋରା,ମିଡିଆ ପ୍ରଭାରୀ ନିଲାଂଚଳ ବେହେରା ପ୍ରମୁଖ ଅତିଥି ମାନେ ମଞ୍ଚାସୀନ ଥିଲେ ।

ଏହି ବୈଠକରେ ବୋର୍ଦ୍ଧ ଜିଲ୍ଲାରୁ ବୈଦନାଥ ସାମଲ ଓ ଶରତ ମୁଦୁଲି,ସୋନପୁର ରୁ ଶୋଭା ପ୍ରକାଶ ମିଶ୍ର,ନୁଆପଡାରୁ ମହେଶ ବାଗ,ବଲାଙ୍ଗିର ରୁ ଲୋକନାଥ ତ୍ରିପାଠୀ,ସମ୍ବଲପୁର ରୁ ସୁବୋଧ ରଥ,କଳାହାଣ୍ଡିରୁ ଡୋଲାମଣି ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ସମସ୍ତ ପ୍ରକାର ଏହି ବୈଠକ କୁ ସାମ୍ବାଦିକ ମାନସ ରଞ୍ଜନ ନାୟକ,ବିଦ୍ୟାଧର ସାହୁ,ନିରୋଜ ପାଣୀ,କୁଞୀ ବିହାରୀ ସାହୁ ସମେତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲିପ ବେହେରା,ସଂପାଦକ ଦୁର୍ଯ୍ୟୋଧନ ପୁଟା ପ୍ରମୁଖ ସଂପାଦନା କରିଥିଲେ । ସାମ୍ବାଦିକ ଦୁଷ୍ଯନ୍ତ ରାଉତରାୟ ଯାଦୁବିଦ୍ଯା ସାମ୍ବାଦିକ ଙ୍କ ମଧ୍ଯରେ ପ୍ରଶଂସାର ପାତ୍ର ସାଜିଥିଲେ । ପଶ୍ଚିମ ଓଡିଶା ଓ୍ବେବ ମିଡିଆ ଏସୋସିଏସନ ର କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ପରି ଶେଷରେ ସଂପାଦକ ବଳରାମ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version