ଦୁର୍ଘଟଣାରେ ଜଣେ ମୃତ ଅନ୍ୟ ୨ଜଣ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଏପ୍ରିଲ , ସୋମବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ କୋମଣ୍ଡ ପଲିଟେକନିକ୍ ର ୩ ଜଣ ଛାତ୍ରୀ ଆଜି ପରୀକ୍ଷା ଦେଇ ବୁଗୁଡ଼ା ଅଞ୍ଚଳ କୁ ସ୍କୁଟି ଯୋଗେ ବୁଲିବାକୁ ଯାଇଥିଲେ । ଫେରିବା ସମୟରେ କରସିଂଙ୍ଗ ଓ ଉଦୟପୁର ରାସ୍ତାରେ ଘଟିଲା ଦୁର୍ଘଟଣା ।

ଗଛରେ ପିଟି ହେଲା ସ୍କୁଟି । ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ।

ମୃତ ଛାତ୍ରୀଙ୍କ ନାମ ( ଫିଜା ମଲ୍ଲିକ ) ଏବଂଘର ଦାରିଙ୍ଗବାଡି ଅଞ୍ଚଳ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ବୁଗୁଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବାର ଖବର ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version