Home ଓଡ଼ିଶା କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୫ ଏପ୍ରିଲ ସୋମଵାର ) କଟକ :- କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ସହ ପାରିବାରିକ ବିବାଦ ମାମଲାରେ କୋର୍ଟରେ ଜର ହୋଇଛନ୍ତି ବର୍ଷା। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ହେବ ଶୁଣାଣି। ଆଜି ଉଭୟଙ୍କୁ ହାଜର ହେବା ପାଇଁ ପରିବାର କୋର୍ଟ ନିର୍ଦ୍ଦେଶ ଦେଇ ଥିଲେ। ପୂର୍ବରୁ ଉଭୟଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଦିଲ୍ଲୀରେ ନୁହେଁ କଟକରେ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉଭୟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ନେଇ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ମାତ୍ର ଥରକୁ ଥର ଦିଲ୍ଲୀ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବେ କହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ସୂଚନାଯୋଗ୍ୟ, ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କଟକ ଏସ୍ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବର୍ଷା ଅନୁଭବ ଜଣେ ପେସାଦାର ମଦ୍ୟପ ବୋଲି ବର୍ଷା ଅଭିଯୋଗ ଆଣିଥିଲେ ସେହିପରି ମଦ ପିଇବା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ବିରୋଧ କଲେ ହାତରେ ଓ ବାଡ଼ିରେ ପିଟନ୍ତି । ତାସହ ଗୋଇଠା ମାରନ୍ତି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି । ସେହିପରି ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଉଥିଲେ । ଅନ୍ୟପକ୍ଷରେ ଅନୁଭବ ନିଜ ପକ୍ଷ ରଖି ଉଭୟଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିବାରୁ ଛାଡ଼ପତ୍ର ପିଟିସିନ୍ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି କହିଥିଲେ। (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି ) Categories: ଓଡ଼ିଶା, କଟକ, ଦେଶ, ହୋମ୍ Related Content ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ by Proprietor Abhimanyu Maharana August 16, 2026 ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ by Proprietor Abhimanyu Maharana August 16, 2026 ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ by Proprietor Abhimanyu Maharana August 15, 2026 ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026