ଯଶପଡାରେ ଲଉଡି ମହୋତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) କଟକ :-  ଦୋଳ ପୂର୍ଣ୍ଣିମା ହେଉଛି ଯାଦବ ମାନଙ୍କର ସବୁଠାରୁ ଵଡ଼ ପର୍ବ । ଏହି ପର୍ବ ଆସିଲେ ଯାଦବ ପରିଵାରର ଛୋଟ ପିଲା ଠାରୁ ଯୁବକ ଏବଂ ବୟସ୍କ ବ୍ୟକ୍ତିଙ୍କ ମନେ ଖୁସିର ମାହୋଲ ଦେଖିବାକୁ ମିଳିଥାଏ ନୂଆ ପୋଷାକ ସାଙ୍ଗକୁ ଘରେ ଘରେ ତେଲ ପିଠା , ମିଠା କରାଯାଇ ରାଧାକୃଷ୍ଣ ଙ୍କୁ ଭୋଗ ଲାଗି କରାଯାଏ । ଦୋଳ ପୂର୍ଣ୍ଣିମା ଠାରୁ ଯାଦବ ବାଳକ ଏବଂ ଯୁବକ ମାନେ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ଗାଁ ଦାଣ୍ଡରେ ଲଉଡି ଖଳ ପ୍ରଦର୍ଶନ କରନ୍ତି । ବରଷକେ ଥରେ ଗ୍ରାମାଞ୍ଚଳ ଏବଂ ସହରରେ ବସବାସ କରୁଥିବା ଯାଦବ ପିଲାମାନେ ଲଉଡ଼ି ଖଳ ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହି ଉପଲକ୍ଷେ କଟକ ସଦର ବ୍ଲକ ଯଶପଡା ଗ୍ରାମର ପତିତପାବନ ଯାଦବ ସଂଘ ପକ୍ଷରୁ ଏକ ଲଉଡ଼ି ମହୋତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।

ଏହି ଉସ୍ଚବରେ ହରମୋହନ ବେହେରା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ ଯୁଦ୍ଧ ଯାଦବ ମହା ସଂଘର ସଭାପତି ଇଞ୍ଜିନିୟର ପ୍ରଦୀପ କୁମାର ବେହେରା ଯୋଗଦେଇ କହିଲେ ଯେ , ଯାଦବ ଭାଇମାନେ ସଂଠିତ ହୋଇ ନିଜ ସଂଗଠନକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ । କଟକ ଜିଲ୍ଲା ଯାଦବ ସଂଘର ଉପସଭାପତି ବିନୋଦ କୁମାର ବେହେରା, କଟକ ସଦର ଯୁବ ଯାଦବ ସଂଘ ସଭାପତି ଯନାର୍ଦ୍ଦନ ପରିଡ଼ା, ନନ୍ଦଲାଲ ଯାଦବ, କଟକ ନଗର ଯୁବ ଯାଦବ ସଭାପତି ସମରଜିତ୍ ବେହେରା, ବୁଲେଇ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଝୁନୁଲତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉସ୍ଚବରେ ବିଭିନ୍ନ ଯାଦବ ସଂଘର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯାଦବ ବାଳକ ମାନେ ଚିତାକର୍ଷକ ଲଉଡି ନୃତ୍ୟ ପରିବେଷଣ କରିଥିଲେ ।  

(ରିପୋର୍ଟ – ଅମୂଲ୍ୟ କୁମାର ବାରିକ )

Exit mobile version