ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ପାକିସ୍ତାନ :- ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ ସୀମାରେ ମୁତୟନ ଥିବା ଯବାନଙ୍କୁ ଦେଖି ଭୟରେ କାନ୍ଦିବାରେ ଲାଗିଥିଲା। ତେବେ ଯବାନମାନେ କୁନି ପୁଅକୁ ଦେଖି ତାକୁ ଆଦର କରିଥିଲେ । ଏବଂ ତାର କାନ୍ଦ ବନ୍ଦ କରିବାକୁ ଚକୋଲେଟ୍ ଦେବା ସହ ପାକିସ୍ତାନ ରେଞ୍ଜର୍ସଙ୍କ ସହ ମିଟିଂ କରି ନାବାଳକକୁ ହସ୍ତାନ୍ତର କରି ଦେଇଛନ୍ତି ।

ଗତ ଶୁକ୍ରବାର ୮ ବର୍ଷର ଜଣେ ପାକିସ୍ତାନୀ ନାବାଳକ ରାଜସ୍ଥାନର ବାରମେର ଅଞ୍ଚଳ ଦେଇ ସୀମା ଅତିକ୍ରମ କରି ଭାରତୀୟ ସୀମାକୁ ଚାଲିଆସିଥିଲା। ବିଏସଏଫ ଗୁଜୁରାଟ ସୀମାନ୍ତ ଡେପୁଟି ଇନ୍ସପେକ୍ଟର ଜେନେରାଲ ଏମ.ଏଲ୍ ଗର୍ଗଙ୍କ କହିବା ଅନୁସାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୨୦ ସମୟରେ ଘରର ରାସ୍ତା ଭୁଲି ଅଜାଣତରେ ଘରକୁ ଯାଉଥିବା ଭାବି ବିଏସଏଫର ୮୩ ତମ ବାଟାଲିୟନ ୮୮୮/୨-S ସୀମା ନିକଟରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିଲା। ତେବେ ବିଏସ୍ଏଫ୍ ଯବାନମାନେ ତାଙ୍କୁ ଧରିବା ପରେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଥିଲା ।

ତେବେ ତା’ର କାନ୍ଦ ବନ୍ଦ କରିବାକୁ ଭାରତୀୟ ବୀରମାନେ ତାକୁ ଚେରି, ଚକୋଲେଟ୍ ଏବଂ ବିସ୍କୁଟ ପରି ଅନେକ ଖାଦ୍ୟଦ୍ରବ୍ୟ ଦେଇ ପ୍ରଥେମ ତାକୁ ଶାନ୍ତ କରିଥିଲେ । ପରେ ନାବାଳକକୁ ନାଁ, ବାପାଙ୍କ ନାଁ ଏବଂ ଘର ଠିକଣା ପଚାରିଥିଲେ । ପଚରାଉଚରା ବେଳେ ପିଲାଟି ନିଜ ନାଁ କରିମ ​​ଏବଂ ସେ ନାଗର ପାରକର ବାସିନ୍ଦା ବୋଲି କହିଥିଲା ।
ତେବେ ପିଲାଟିକୁ ପାଇବା ପରେ ବିଏସ୍ଏଫ୍ ସେନାକୁ ସୂଚନା ଦେଇଥିଲା। ଭାରତୀୟ ସେନାର ଅଧିକାରୀମାନେ ପାକ୍ ରେଞ୍ଜର୍ସଙ୍କ ସହ ପ୍ଲାଗ୍‌ ମିଟିଂ କରି ନାବାଳକା ଭୁଲରେ ଭାରତ ସୀମାକୁ ପଳାଇ ଆସିଥିବା କଥା ସୂଚନା ଦେଇଥିଲେ । ଆଉ ତା’ ପରେ ରାତି ପ୍ରାୟ ୭ଟା ୧୫ରେ ପିଲାଟିକୁ ପାକିସ୍ତାନୀ ସେନାଙ୍କୁ ହସ୍ତାନ୍ତର କରାଯାଇଥିଲା ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version