ଫାସ୍‌ଟ୍ୟାଗ୍ ଜାରି କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ଓ ଫୋନ୍‌ପେ ମଧ୍ୟରେ ସହଯୋଗିତା ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ଭୁବନେଶ୍ୱର :- ଫୋନ୍‌ପେ ଆପ୍‌ରେ ୟୁପିଆଇକୁ ବ୍ୟବହାର କରି ଫାସ୍‌ଟ୍ୟାଗ୍‌ ଜାରି କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଫୋନପେ ସହ ସହଯୋଗିତା ସ୍ଥାପନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ଜରିଆରେ ଫୋନ୍‌ପେରେ ଥିବା ୨୮୦ ନିୟୁତ ଗ୍ରାହକମାନେ ଫୋନ୍‌ପେ ଆପ୍‌ରେ ଅତି ସହଜରେ ଫାସ୍‌ଟ୍ୟାଗ୍ ବରାଦ କରିପାରିବେ । ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଫାସଟ୍ୟାଗ୍ କିଣିବାର ଅନୁଭୂତି ମିଳିବ । ଏଥିପାଇଁ ଆଉ କୌଣସି ନିର୍ଦିଷ୍ଟ ଷ୍ଟୋର୍ କିମ୍ବା ଟୋଲ୍ ପ୍ଲାଜା ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ ।

ଫାସ୍‌ଟ୍ୟାଗ୍ ଜାରି କରିବା ଲାଗି ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆସିଆଇ ବ୍ୟାଙ୍କ ପକ୍ଷରୁ ଫୋନ୍‌ପେ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ସମ୍ପର୍କରେ ଶ୍ରୀଯୁକ୍ତ ସୁଦୀପ୍ତ ରାୟ, ହେଡ୍‌-ଅନସିକ୍ୟୁରଡ୍‌ ଆସେଟସ୍‌, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଫାସଟ୍ୟାଗ୍‌ର ଡିଜିଟାଲ୍ ଗ୍ରହଣୀୟତା ବଢ଼ାଇବା ଲାଗି ଫୋନ୍‌ପେ ଓ ଏନ୍‌ପିସିଆଇ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଏହି ସହଯୋଗିତା ଜରିଆରେ ଫୋନ୍‌ପେର ନିୟୁତାଧିକ ବ୍ୟବହାରକାରୀ ସହଜରେ ଫାସ୍‌ଟ୍ୟାଗ୍‌ ପାଇଁ ଆବେଦନ କରିପାରିବେ ଏବଂ ବିନା ମୂଲ୍ୟରେ ତାହାକୁ ଘରେ ପାଇପାରିବେ ।

ଯେଉଁମାନେ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ନୁହନ୍ତି ସେମାନେ ମଧ୍ୟ ବରାଦ ଦେଇପାରିବେ ଏବଂ ପରବର୍ତୀ ସମୟରେ ୟୁପିଆଇ ମାଧ୍ୟମରେ ରିଚାର୍ଜ କରିପାରିବେ । ଏହା ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ ଫାସଟ୍ୟାଗ୍ କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି । ଆରମ୍ଭରୁ ଆମର ଫାସଟ୍ୟାଗ୍ ସହିତ ବଡ଼ ସହଯୋଗିତା ରହିଛି କାରଣ ମୁମ୍ବାଇ-ଭଦୋଦରା କରିଡରରେ ଆମେ ପ୍ରଥମେ ଜାତୀୟ ସ୍ତରରେ ଏହାର ଶୁଭାରମ୍ଭ କରିଥିଲୁ । ଏହା ପରଠାରୁ ଆମେ ଜିଏମ୍‌ଆର ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏବଂ ଗୁରୁଗ୍ରାମ, ତ୍ରିଭେନ୍ଦ୍ରମ ଓ ଭାଇଜ୍ୟାଗ୍‌ର ଟେକ୍ ପାର୍କ ଆଣ୍ଡ୍ ମଲ୍‌ରେ ପାର୍କିଂ ଫି ଆଦାୟରେ ଏହାକୁ ବ୍ୟବହାର ଭଳି ଅଭିନବ ସମାଧାନ ଉପଲବ୍ଧ

Exit mobile version